ମାରାତ୍ମକ ଭୂତାଣୁ କରୋନା ଭାଇରସର ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର ମୃତ, ନିଜେ ସେହି ରୋଗରେ ଥିଲେ ଆକ୍ରାନ୍ତ

ଚୀନରେ କରୋନା ଭାଇରସର ପ୍ରକୋପ ବିଷୟରେ ସର୍ବପ୍ରଥମେ ଚେତାବନୀ ଦେଇଥିବା ଡାଙ୍କରଙ୍କ ମୃତ୍ୟୁ। ଜୀବନ ସହିତ ସଂଗ୍ରାମ କରୁଥିବା ଡାକ୍ତର ଲି ୱେନଲିୟାଙ୍ଗ ଶୁକ୍ରବାର ସକାଳେ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି। ଉହାନ ସେଣ୍ଟ୍ରାଲ ହସପିଟାଲ ପକ୍ଷରୁ ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ତାଙ୍କ ମୃତ୍ୟୁ କରୋନା ଭାଇରସରେ ପୀଡିତ ହେବା କାରଣରୁ ଶୁକ୍ରବାର ସକାଳ ୨.୫୮ରେ ହୋଇଛି।

doctor୩୪ ବର୍ଷୀୟଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ ୱେବ ଚାଟ କରିଥିଲେ। ସେ ଲେଖିଥିଲେ ,ସ୍ଥାନୀୟ ମାଛ ବଜାରର ୭ ଜଣ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ସେମାନଙ୍କଠାରେ ସାର୍ସ ଭଳି ରୋଗର ଲକ୍ଷଣ ରହିଛି। ଯାଞ୍ଚ ପରେ ଜଣାପଡିଲା ଏହି ରୋଗ ହେଉଛି କରୋନା ଭୂତାଣୁ। ୨୦୦୩ରେ ଏହି ଭୂତାଣୁ ଶହ ଶହ ଲୋକଙ୍କ ଜୀବନ ନେଇଥିଲା ଏବଂ ଚୀନରେ ଏହି ରୋଗ ବହୁ ପୁରୁଣା ବୋଲି ଲି’ କହିଥିଲେ।

coronaaସେ ନିଜର ବନ୍ଧୁ ପରିଜନଙ୍କୁ ଗୋପନୀୟ ଭାବରେ ଏହା ବିଷୟରେ ଜଣାଇବାକୁ କହିଥିଲେ। ତାଙ୍କ କହିବାର ମାତ୍ର କିଛି ଘଣ୍ଟା ପରେ ସେ କହୁଥିବା ଏକ ଭିଡିଓ ଓ ଘର ଲୋକଙ୍କୁ ମେସେଜ ଦେଉଥିବାବେଳେ କେହି ତାଙ୍କର ସ୍କ୍ରିନ ସଟ୍ ଉଠାଇଥିଲେ ଯାହା ପରେ ଭାଇରାଲ ହୋଇଗଲା। ଏହାପରେ ଉହାନ ପୋଲିସ ତାଙ୍କ ଉପରେ ଗୁଜବ ଖବର ଦେବା ଅଭିଯୋଗ କଲେ। ସେ କିପରି ଏ ବିଷୟରେ ଜାଣିଲେ ବୋଲି ପୋଲିସ ତାଙ୍କୁ ଜେରା କରିଥିଲେ। ତେବେ ତାଙ୍କ ସ୍ବର ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା ଓ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା ।

doctorଲି’ ଚୀନର ଉହାନରେ ପ୍ରାକ୍ଟିସ କରୁଥିଲେ । ସେ ନିଜେ ମଧ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ ଯାହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଗତ ୧୨ ତାରିଖରୁ ସେ ରୋଗର ଶୀକାର ହୋଇଥିଲେ ଓ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ସେ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.