Below header

କଳିଯୁଗରେ ସତ ହେଉଛି ଭଗବତ୍‌ ଗୀତା ଭବିଷ୍ୟବାଣୀ, ଏବେ ଯାଏ କଣ ସତ ହୋଇଛି ଜାଣନ୍ତୁ

ଭଗବତ୍‌ ଗୀତା ହେଉଛି ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ଗ୍ରନ୍ଥ । ଏଥିରେ କିଛି ଭବିଷ୍ୟବାଣୀ କଳିଯୁଗକୁ ନେଇ ରହିଛି । ଯାହା ଅନେକାଂଶରେ ବର୍ତ୍ତମାନ ସତରେ ପରିଣତ ହୋଇଛି । ଆସନ୍ତୁ ନଜର ପକାଇବା ସେଭଳି କିଛି କଥା ଉପରେ ।
୧-ଗୀତା ବାଣୀ ଅନୁଯାୟୀ କଳିଯୁଗରେ ଧର୍ମ ନଷ୍ଟ ହେବ । ସତ୍ୟକୁ ମିଥ୍ୟା ପ୍ରଭାବିତ କରିବ । ଲୋକଙ୍କ ଠାରେ ଧୈର୍ଯ୍ୟ, ଦୟା ଆଦି ରହିବ ନାହିଁ । ଲୋକଙ୍କ ସ୍ମୃତିଶକ୍ତି ଧୀରେ ଧୀରେ ହାନି ଘଟିବ ।
୨-କଳିଯୁଗରେ ଧନ ହିଁ ହେବ ସର୍ବଶ୍ରେଷ୍ଠ । ତାରି ପଛରେ ସମସ୍ତେ ଧାଇଁବେ । ଏହାହିଁ ହେବ ମଣିଷର ଶକ୍ତି, ସାମର୍ଥ୍ୟର ପ୍ରକୃତ ପରିଚୟ ।
୩-ପୁରୁଷ ଓ ମହିଳା କେବଳ ଔପଚାରିକତା ଦୃଷ୍ଟିରୁ ସାଥୀ ହୋଇ ରହିବେ । ପ୍ରେମ, ସ୍ନେହ, ଶ୍ରଦ୍ଧା ଦୂରେଇ ଯିବ । ବୟସ୍କ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ରହିବ ନାହିଁ । ସେମାନେ ପରିଣତ ବୟସରେ ଅସମ୍ମାନିତ ହେବେ ।
୪-କେବଳ ପଇତାରୁ ବ୍ରାହ୍ମଣର ପରିଚୟ ଜଣାପଡ଼ିବ, କର୍ମରୁ ନୁହେଁ । ବାକ୍‌ ଚାତୁରୀ ଥିବା ବା ଚତୁରତାର ସହ କଥା କହି ପାରୁଥିବା ଲୋକ ହିଁ ବିଜ୍ଞ ଲୋକ ଭାବେ ପରିଚିତ ହେବ ।
୫-କଳିଯୁଗରେ କେବଳ ପେଟ ପୂରା କରିବା ହେବ ସମସ୍ତଙ୍କର ପ୍ରାଥମିକ କର୍ତ୍ତବ୍ୟ ଏବଂ ବାଳର ଷ୍ଟାଇଲ୍‌ ହେବ ସୁନ୍ଦରତାର ମାପକାଠି ।
୬-ସାରା ବିଶ୍ୱ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ଦ୍ୱାରା ପରିଚାଳିତ ହେବ । ଏମାନଙ୍କ ଭିତରୁ ଯିଏ ଶକ୍ତିଶାଳୀ ରହିବ ସିଏ ରାଜନୀତି କ୍ଷେତ୍ରରେ ସବୁଠାରୁ ସଫଳ ହେବ ।
୭-ବିଶ୍ୱରେ ଅତିରିକ୍ତ ଗରମ, ଶୀତ, ଝଡ଼ବର୍ଷା, ବରଫପାତ ଆଦିର ପ୍ରକୋପ ଲାଗି ରହିବ ।
୮-କଳିଯୁଗର ପ୍ରଭାବରେ କ୍ଷୁଧା, ତୃଷା, ରୋଗ ଏବଂ ଉତ୍କଣ୍ଠା ଅତ୍ୟଧିକ ବୃଦ୍ଧି ପାଇବ । ମଣିଷର ବୟସ ସୀମା ଅତି ବେଶିରେ ୫୦ରେ ରହିବ ।
୯-ଆର୍ଥିକ ଦୁର୍ବଳ ବ୍ୟକ୍ତି ସବୁବେଳେ ପଛରେ ପଡ଼ିଯିବେ ଏବଂ ଛଳନା କରୁଥିବା ଲୋକକୁ ସମାଜ ଅଧିକ ଭଲ ବ୍ୟକ୍ତି ଭାବେ ଗ୍ରହଣ କରିବ ।
୧୦-ମାତ୍ର କେଇଟା ଟଙ୍କା ପାଇଁ ଲୋକେ ପରସ୍ପରର ଶତ୍ରୁ ପାଲଟି ଯିବେ । ସହରରେ ଚୋର, ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.