ଜୋତା ଚୋରି କଲା ଡେଲିଭରି ବଏ, ସିସିଟିଭି ଫୁଟେଜ ଭାଇରାଲ

ବ୍ଲିଙ୍କିଟ ଏକ ଅନଲାଇନ୍ ଗ୍ରୋସରୀ ଷ୍ଟୋରର ଡେଲିଭରି ବଏ ଅର୍ଡର ଦେବା ପାଇଁ ଆସିଥିବା ଏହି ମହିଳାଙ୍କ ଜୋତା ଚୋରି କରିନେଇଛନ୍ତି କେବଳ ସେତିକି ନୁହେଁ ଏହା ପରେ ସେ ତାଙ୍କ ଘର ଆଖପାଖରେ ଘୁରି ବୁଲୁଥିଲେ । ବର୍ତ୍ତମାନ ଏହି ଘଟଣାର ଏକ ସିସିଟିଭି ଫୁଟେଜ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।

ନିକଟରେ ଦିଲ୍ଲୀରେ ଘଟିଥିବା ଏକ ଘଟଣା ଜଣେ ମହିଳାଙ୍କୁ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପକାଇଦେଇଛି ।  ବ୍ଲିଙ୍କିଟ ଏକ ଅନଲାଇନ୍ ଗ୍ରୋସରୀ ଷ୍ଟୋରର ଡେଲିଭରି ବଏ ଅର୍ଡର ଦେବା ପାଇଁ ଆସିଥିବା ଏହି ମହିଳାଙ୍କ ଜୋତା ଚୋରି କରିନେଇଛନ୍ତି କେବଳ ସେତିକି ନୁହେଁ ଏହା ପରେ ସେ ତାଙ୍କ ଘର ଆଖପାଖରେ ଘୁରି ବୁଲୁଥିଲେ । ବର୍ତ୍ତମାନ ଏହି ଘଟଣାର ଏକ ସିସିଟିଭି ଫୁଟେଜ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯାହା ହୋମ ଡେଲିଭରି ସେବାର ସୁରକ୍ଷା ଏବଂ ବ୍ୟାପକ ଭାବରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି । ଏହି ଡେଲିଭରି ବଏଙ୍କ କାର୍ଯ୍ୟକଳାପ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯାହା ମହିଳାଙ୍କ ପାଇଁ ଉଦ୍ବେଗ ସୃଷ୍ଟି କରିଛି, କାରଣ ସେ ତାଙ୍କ ଠିକଣା ଏବଂ ବ୍ୟକ୍ତିଗତ ବିବରଣୀ ବିଷୟରେ ସବୁକିଛି ଜାଣିଛି ।

ତେବେ ଏହି ଘଟଣା କ୍ୟାପଟେନ ମୋନିକା ଖାନ୍ନାଙ୍କ ସହ ଘଟିଛି ଯାହାର ସିସିଟିଭି ଫୁଟେଜ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ନଭେମ୍ବର ୨୩ ରେ ଘଟିଥିବା ଘଟଣାର ବର୍ଣ୍ଣନା କରିଥିଲେ । ରାତି ପ୍ରାୟ ୮ଟାରେ ଅର୍ଡର ଡେଲିଭର କରିବା ପରେ ଏହି ଡେଲିଭରୀ ବଏଜଣଙ୍କ ମହିଳାଙ୍କ ଘର ଚାରିପାଖରେ ବୁଲି ଲିଫ୍ଟରେ ପଳେଇ ଯାଇଥିଲା । କିଛି ସମୟ ପରେ ସେ ପୁଣି ଥରେ ଆସିଥିଲା ଏବଂ ମହିଳାଙ୍କ ଘର ଆଗରେ ରଖାଯାଇଥିବା ଜୋତା ଚୋରି କରିନେଇଥିଲା । କିନ୍ତୁ ଏହି ଘଟଣା ଏଇଠି ସରିନଥିଲା ।

ଏହା ପରେ ମୋନିକା ଖନ୍ନା ବ୍ଲିଙ୍କିଟର ଜଣେ ଅଧିକାରୀଙ୍କୁ କମ୍ପ୍ଲେନ କରିଥିଲେ ଏବଂ ସେ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ଠିକଣା ଏବଂ ବ୍ୟକ୍ତିଗତ ବିବରଣୀ ସହ କିଛି ବି ଅସୁବିଧା ହେବନାହିଁ । କିନ୍ତୁ ଏହା ପରେ ସେହି ଡେଲିଭରୀ ବଏ ଏକ ପ୍ୟାକେଟ ସହ ରାତି ୧୦ଟାରେ ପୁଣିଥରେ ଆସିଥିଲା ଏବଂ ଲଗାତାର ଭାବେ ଘରର ବେଲ ବଜାଇଥିଲା ।

ଅସନ୍ତୋଷ ଏବଂ ବିପଦ ଅନୁଭବ କରି ଖାନ୍ନା କବାଟ ଖୋଲିବାକୁ ମନା କରିଦେଇଥିଲେ, ବିଶେଷ କରି ଡେଲିଭରି ମ୍ୟାନ ଏକାକୀ ଥିବାରୁ ଏବଂ ତାଙ୍କ ସହିତ କୌଣସି ବରିଷ୍ଠ ଅଧିକାରୀ ନଥିଲେ । ଏହି ପରିସ୍ଥିତି ଖାନ୍ନାଙ୍କ ଭୟକୁ ବଢାଇ ଦେଇଥିଲା । ଏହା ପରେ ସେ ଅନଲାଇନରେ ଏହି ଘଟଣା ସେୟାର କରିଥିଲେ ଏବଂ ବ୍ଲିଙ୍କିଟଠାରୁ ସାହାଯ୍ୟ ମାଗିଥିଲେ ।

ମୋନିକା କହିଛନ୍ତି “ଦିଲ୍ଲୀ ପରି ସହରରେ, ବିଳମ୍ବିତ ରାତିର ଏଭଳି ବିନା କୌଣସି ନୋଟିସରେ ଆସିବା ମୋର ଭୟକୁ ଆକାଶଛୁଆଁ କରିଦେଇଛି ।” ଏହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ବହୁତ ଭାୟାନକ ମଧ୍ୟ । କମ୍ପାନୀ ଏପର୍ଯ୍ୟନ୍ତ ଏହି ମାମଲାର କୌଣସି ଜବାବ ଦେଇନାହିଁ । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟରେ ଖୁବ ଧ୍ୟାନ ଆକର୍ଷିତ କରିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨.୩ ମିଲିୟନରୁ ଅଧିକ ଥର ଦେଖାଯାଇଛି । ଲୋକମାନେ ଏହି ଭିଡିଓ ଦେଖି ମହିଳାଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.