ରାଜଧାନୀରେ ବିଏମ୍‌ସି ପକ୍ଷରୁ ଅଭିନବ ପ୍ରୟାସ: କରୋନାକୁ ନେଇ ବିଭିନ୍ନ ସ୍ଥାନର କାନ୍ଥ ମାନଙ୍କରେ ଅଙ୍କାଯାଉଛି ସଚେତନତାର ବାର୍ତ୍ତା

ଭୁବନେଶ୍ୱର: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛି । କୌଣସି ବି ଏମିତି ସ୍ଥାନ ନାହିଁ ଯେଉଁଠାରେ କି କରୋନା ତାର ରୂପ ନ ଦେଖେଇଛି । ବର୍ତ୍ତମାନ କରୋନା ଦାଉରୁ ବଂଚିବାକୁ ହେଲେ ସଚେତନ ରହିବା ନିହାତି ଜରୁରୀ । ସରକାର ସମସ୍ତଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣାଉଛନ୍ତି,ତଥାପି କିଛି ଲୋକେ ସଚେତନ ହେଉଥିବାବେଳେ ଆଉ କିଛି ଅମାନିଆ ହେଉଛନ୍ତି‌ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ସଧାରାଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣା ଯାଉଛି ।

କରୋନା ମହାମାରିକୁ ରୋକ୍‌ ଲଗାଇବା ପାଇଁ ଲକ୍‌ ଡାଉନ୍‌ ,ସଟ୍ ଡାଉନ ଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରଯାଉଛି। କିନ୍ତୁ ଦେଖାଯାଉଛି ଏହାଦ୍ୱାରା କିଛି ସଚେତନ ହେଉଛନ୍ତି ଓ ଆଉ କିଛି ସଚେତନ ହେଉ ନାହାନ୍ତି । ଯାହା ଫଳସ୍ୱରୁପ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବ୍ରୁଦ୍ଧି ପାଇବାରେ ଲାଗିଛି ।

ଏହିଭଳି କିଛି ଅମାନିଆଙ୍କୁ ସଚେତନ କରିବା ପାଇଁ ରାଜଧାନୀରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ସହରର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ, ମାର୍କେଟ ଓ ବସ୍ତି ଗୁଡିକରେ ଥିବା ସ୍କୁଲ,କଲେଜ ଅବା ସରକାରୀ କାନ୍ଥ ମାନଙ୍କରେ ଲୋକମାନଙ୍କୁ ସଚେତନ କରିବା ଉଦେଶ୍ଯ ରେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତାକୁ ନେଇ ଚିତ୍ର ଅଙ୍କାଯାଉଛି । ଏହି କାଯ୍ୟର୍କୁ ତ୍ୱରାନ୍ଵିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କାର୍ଯ୍ଯ କରୁଥିବା ବିଭିନ୍ନ ମହିଳା ସଂଗଠନ ମାନଙ୍କୁ ଦାଇତ୍ୱ ଦିଆଯାଇଛି ।

corona artପ୍ରଥମ ପର୍ଯ୍ଯାରେ ଜିଜିପି କଲୋନୀ,ନୟାପଲ୍ଲି,ସାଲିଆସାହି ଭଳି କିଛି ଅଂଚଳରେ ଏହି କାର୍ଯ୍ଯ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରର ସମସ୍ତ ଜନ ଗହଳିପୂର୍ଣ୍ଣ ସ୍ଥାନ ଓ ସାହି ବସ୍ତି ମାନଙ୍କରେ କରାଯିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ କି ଏହି ସବୁ ଚିତ୍ରଗୁଡିକୁ ଦେଖି ଜନସାଧାରଣ କିଛିଟା ସଚେତନ ହୋଇ ପରିବେ ।

ବିଭିନ୍ନ ଜନଗହଳିପୂର୍ଣ୍ଣ ରାସ୍ତା କଡ ଗୁଡିକରେ କିଭଳି ସାମାଜିକ ଦୂରତ୍ବ‌ ବଜାୟ ରଖାଯାଇ ପାରିବ, କିଭଳି ମାସ୍କ ପିନ୍ଧାଯିବ, କାମ ନଥିଲେ ଘରୁ ନବାହାରିବା ଭଳି ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତାକୁ ନେଇ ଚିତ୍ରମାନ ଅଙ୍କାଯାଉଛି । ଯାହାକୁ ଦେଖି ପଥଚାରି ଅବା ସ୍ଥାନୀୟ ଲୋକେ କରୋନାକୁ ପ୍ରତିହତ କରିବା ପାଇଁ କିଛିଟା ସଚେତନ ହୋଇପାରିବେ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.