ଧନତେରାସ୍‌ ଦିନ କିଣନ୍ତୁ ପିତ୍ତଳ ବାସନ, ଘରକୁ ଆସିବ ସୁଖର ସମ୍ଭାର

ଦୀପାବଳିର ଦୁଇ ଦିନ ପୂର୍ବରୁ ଧନ ତ୍ରୟୋଦଶୀ ଦିନ ଭଗବାନ ଧନନ୍ତ୍ୱରୀଙ୍କ ପୂଜା କରାଯାଇଥାଏ। ଧନ ତେରାସ୍ ଦିନ ଭଗବାନ ଧନନ୍ତ୍ୱରୀଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥାଏ। ସମୁଦ୍ର ମନ୍ଥନ ସମୟରେ ଶରଦ ପୂର୍ଣ୍ନିମା ପରେ ଆସୁଥିବା ତ୍ରୟୋଦଶୀ ଦିନ ଧନନ୍ତ୍ୱରୀଙ୍କ ପାଦୁର୍ଭାବ ହୋଇଥିଲା। ଏହି କାରଣରୁ ଏହି ଦିନକୁ ଧନ ତ୍ରୟୋଦଶୀ କୁହାଯାଇଥାଏ। ଧନ ଏବଂ ଆରୋଗ୍ୟ ପ୍ରଦାନ କରୁଥିବା ଏହି ତ୍ରୟୋଦଶୀର ବିଶେଷ ମହତ୍ୱ ରହିଥାଏ।

ଶାସ୍ତ୍ର ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଏବଂ ମୂଲ୍ୟବାନ ବସ୍ତୁ ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର, କାର୍ତ୍ତିକ ଦ୍ୱାଦଶୀ ଦିନ କାମଧେନ ଗାଈ, ତ୍ରୟୋଦଶୀ ଦିନ ଧନନ୍ତ୍ୱରୀ ଏବଂ କାର୍ତ୍ତିକ ମାସର ଅମବାସ୍ୟା ତିଥିରେ ଭଗବତୀ ମା’ ଲକ୍ଷ୍ମୀଙ୍କ ଅବତରଣ ହୋଇଥିଲା। ଏହିକାରଣରୁ ଦୀପାବଳି ଦିନ ଲଦ୍ମୀ ପୂଜା ଏବଂ ଏହାର ପୂର୍ବ ତ୍ରୟୋଦଶୀ ଦିନ ଭଗବାନ ଧନନ୍ତ୍ୱରୀଙ୍କ ଜନ୍ମ ଦିବସ ଧନତେରାସ୍ ରୂପେ ପାଳନ କରାଯାଇଥାଏ।

Sri-Dhanvantariଭଗବାନ ଧନନ୍ତ୍ୱରୀଙ୍କୁ ଭଗବାନ ନାରାୟଣଙ୍କର ଏକ ରୂପ କୁହାଯାଇଥାଏ। ଭଗବାନ ଧନନ୍ତ୍ୱରୀ ତାଙ୍କର ଚାରି ହସ୍ତର ଦୁଇଟି ହସ୍ତରେ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇ ହସ୍ତରେ ଔଷଧ ସହ ଅମୃତ କଳସ ଧାରଣ କରିଥାନ୍ତି। ମାନ୍ୟତା ରହିଛି ଅମୃତ କଳସ ପିତ୍ତଳରେ ପ୍ରସ୍ତୁତ ହୋଇଥାଏ। କାରଣ ପିତ୍ତଳ ଭଗବାନ ଧନନ୍ତ୍ୱରୀଙ୍କ ପ୍ରିୟ ଧାତୁ। ଏହିକାରଣରୁ ଅଧିକାଂଶ ଲୋକମାନେ ଭଗବାନ ଧନନ୍ତ୍ୱରୀଙ୍କ ଜନ୍ମଦିବସ ଅର୍ଥାତ ଧନତେରାସ୍ ରେ ପିତ୍ତଳ ବାସନ କିଣିଥାନ୍ତି।

ଏହାସହ ପଢନ୍ତୁ: ଜାଣନ୍ତୁ ଦୀପାବଳି ଦିନ କାହିଁକି ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ

ସେହିଭଳି ଅନ୍ୟ ଧାତୁରେ ତିଆରି ହୋଇଥିବା ବସ୍ତୁ କିଣିବାର ମଧ୍ୟ ମହତ୍ୱ ରହିଥାଏ। ଯେପରି ସୁନା, ଚାନ୍ଦି, ପିତ୍ତଳ, କଂସା ଆଦି। ମାନ୍ୟତା ଅନୁଯାୟୀ ଏହି ଦିନ କିଣାଯାଇଥିବା ଯେ କୌଣସି ଭି ବସ୍ତୁ ଶୁଭ ଫଳ ପ୍ରଦାନ କରିଥାଏ ଏବଂ ଅନେକ ସମୟ ଧରି ଚାଲିଥାଏ। କିନ୍ତୁ ଏହି ସମୟରେ ପିତ୍ତଳ କିଣିବା ଦ୍ୱାରା ଅଧିକ ଲାଭ ପ୍ରାପ୍ତ ହୋଇଥାଏ।