ଦେହ ବେପାର କରିବାକୁ ଚାହୁଁଥିଲେ ଶାଶୁ, ଲିଭ୍–ଇନ୍‌ରେ ରହୁଥିବାରୁ ମନା କରୁଥିଲେ ଜ୍ୱାଇଁ, କିନ୍ତୁ ଦିନେ ଘଟିଗଲା ଏଭଳି ଲୋମଟାଙ୍କୁରା ଘଟଣା

ନିକଟରେ ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ଘଟିଥିବା ଏକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଗଳା ଚିପି ହତ୍ୟା କରିଛନ୍ତି। ତେବେ ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି, ଦୁହିଁଙ୍କ ଭିତରେ ଶାଶୁ-ଜ୍ୱାଇଁର ସମ୍ପର୍କ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣା ଭୋପାଳର ଅଶୋକା ଗାର୍ଡେନ ଅଞ୍ଚଳରେ ଘଟିଥିବା କୁହାଯାଉଛି।

crime22

ପୋଲିସର କହିବା ଅନୁସାରେ, ଅଶୋକ ବିହାର କଲୋନୀରେ ଜଣେ ମହିଳା ଜଣେ ଯୁବକଙ୍କ ସହ ଲିଭ୍ ଇନ୍ ରିଲେଶନଶିପ୍‌ରେ ରହୁଥିଲେ। କିଛିଦିନ ତଳେ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମହିଳା ଜଣକ ଦେହ ବେପାର ପାଇଁ ଇଚ୍ଛୁକ ଥିବା କଥା ଯୁବକଙ୍କୁ କହିଥିଲେ। କିନ୍ତୁ ଏଥିରେ ଯୁବକ ଜଣକ ରାଜି ହୋଇ ନ ଥିଲେ। ତଥାପି ମହିଳା ତାଙ୍କ କଥା ମାନି ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଶେଷରେ ଭୟଙ୍କର ରାଗିଯାଇ ଯୁବକ ଜଣକ ମହିଳାଙ୍କ ଗଳା ଚିପି ଦେଇଥିଲେ।

love 3

ଏହାସହ ପଢ଼ନ୍ତୁ: ନବଜାତ ଶିଶୁକୁ ଧରିଥିଲେ ନର୍ସ, ସାମାନ୍ୟ ଭୁଲ୍ ଯୋଗୁ ଘଟିଗଲା ଏମିତି ଘଟଣା, ଭୋ ଭୋ ହୋଇ କାନ୍ଦିଉଠିଲା ମା’

ପୋଲିସ କହିଛି, ହତ୍ୟା ପରେ ଅଭିଯୁକ୍ତ ଘଟଣା ବିଷୟରେ ନିଜର ଜଣେ ସାଙ୍ଗକୁ ଜଣାଇଥିଲେ। ସାଙ୍ଗକୁ ଜଣାଇବା ପରେ ସେ ଫ୍ଲାଟ୍‌ରୁ ଫେରାର୍ ହୋଇଯାଇଥିଲେ। ତେବେ ମହିଳା ଜଣକ ଦେହ ବେପାରରେ ଲିପ୍ତ ଥିଲେ। ଗତବର୍ଷ ତାଙ୍କୁ ଦେହ ବେପାର ଅଭିଯୋଗରେ ଗିରଫ କରାଯାଇଥିଲା। ଏବେ ପୋଲିସ ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.