ବର କନ୍ୟାଙ୍କ ହାଇ ଟେକ ନିମନ୍ତ୍ରଣ: ନିଜ ରିସେପ୍‌ସନ ପାଇଁ ପଠାଇଲେ ହାଇଟେକ୍‌ ନିମନ୍ତ୍ରଣ, ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗେଷ୍ଟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଆଜି ପୁଣି ସେହିପରି ଏକ ବର ଓ କନ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଲୋକମାନେ ଏହି ଭିଡିଓକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଏନେକ ଏହି ଭିଡିଓରେ କମେଣ୍ଟ କରିଛନ୍ତି।

ତାମିଲନାଡୁର ଏକ ନବ ବିବାହିତ ଦମ୍ପତ୍ତି ଗତ ରବିବାର ଦିନ ମେଟାଭର୍ସ୍‌ରେ ନିଜର ରିସେପ୍‌ସନ ପାର୍ଟି ଆୟୋଜନ କରିଥିଲେ। ଏହା ଭାରତର ପ୍ରଥମ ବାହାଘର ରିସେପ୍‌ସନ, ଯାହାକି ପରସ୍ପର ସହ ସଂଯୁକ୍ତ 3D ଭର୍ଚୁଆଲ ଜଗତର ଏକ ଅନଲାଇନ ୟୁନିଭର୍ସ ଆୟୋଜନ କରିଥିଲା। ଟେକ୍ନୋଲୋଜି ଓ ପରମ୍ପରାକୁ ଏକାଠି ରଖି ଦୀନେଶ ଏସ୍‌ପି ଓ ଜନଗାନନ୍ଦିନୀ ରାମାସ୍ୱାମୀ ଫେବ୍ରୁଆରୀ ୬ରେ ତାମିଲନାଡୁର ଶିବଲିଙ୍ଗପୁରମ୍‌ ଗାଁ ରେ ବିବାହ କରିଥିଲେ। ଉଭୟ ହ୍ୟାରି ପୋଟ୍‌ରଙ୍କ ବଡ଼ ଫାନ୍ସ ଥିଲେ। ଏହି କାରଣରୁ ଦୁହିଁଙ୍କୁ ପୋଟର୍ହେଡ୍‌ କୁହାଯାଏ। ଏହି ଉଭୟ ଦମ୍ପତି ମେଟାଭର୍ସ୍‌ରେ ହାଁଗଓ୍ଵାର୍ଟ-ଥିମ୍‌ର ବାହାଘର ରିସେପ୍‌ସନ ରଖିଥିଲେ।

ହାଁଗଓ୍ଵାର୍ଟ-ଥିମ୍‌ ଉପରେ ଭର୍ଚୁଆଲ ରିସେପ୍‌ସନ କରିଥିଲେ ଦୀନେଶ। ସେ ପାଜେ ସଫ୍ଟେଓ୍ଵର ଡେଭଲପର୍‌ ହେବା ସହିତ ସେ ବ୍ଲାକ ଚେନ୍‌ ଏବଂ ଏନଏଫଟି ଖୁବ୍ ପସନ୍ଦ କରନ୍ତି। ତେବେ ତାଙ୍କ ପତ୍ନୀ ଜନଗାନନ୍ଦିନୀ ଏକ ଇଞିନିୟର। ଏହି ଦମ୍ପତ୍ତି ନିଜର ରିସେପ୍‌ସନ ପାର୍ଟି ହାଁଗଓ୍ଵାର୍ଟ-ଥିମ୍‌ ମେଟାଭର୍ସ୍‌ରେ ରଖିବା ପାଇଁ ସ୍ଥିର କରିଥିଲେ, ଯାହା ଟାର୍ଡିଭର୍ସ ନାମକ ଏକ ଟେକ୍‌ ଷ୍ଟାର୍ଟ ଅପ୍‌ ସାହାର୍ଯ୍ୟରେ ଆୟୋଜନ କରାଯାଇଥିଲା। ଦମ୍ପତ୍ତି ଭର୍ଚୁଆଲ ମେଟାଭର୍ସ୍‌ ଭେନ୍ୟୁରେ ଅତିଥି ମାନଙ୍କୁ ଭେଟିଥିଲେ। ଏହି ଇଭେଣ୍ଟରେ କନ୍ୟାର ପିତା ମରିଯିବା ସତ୍ତ୍ୱେ 3D ଭର୍ଚୁଆଲ ରିସେପ୍‌ସନରେ ଅଧ୍ୟକ୍ଷତା କରୁଥିବାର ନଜର ଆସିଥିଲେ। ଦମ୍ପତ୍ତି ନନ୍‌ ଫଙ୍ଗିବଲ୍‌ ଟୋକନସ୍‌ (NFT) ଦ୍ୱାରା ବିଶ୍ୱର ବନ୍ଧୁ ଓ ପରିବାରକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ।

ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ଏହି ମେଟାଭର୍ସ୍‌ ୱେଡିଙ୍ଗ୍‌ ରିସେପ୍‌ସନ୍‌ । ମେଟାଭର୍ସ୍‌ ୱେଡିଙ୍ଗ୍‌ ରିସେପ୍‌ସନ୍‌ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରୋ ଏହା ବସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହେଇଛି ଯାହା ଚେନ୍ନାଇରୁ ମେଟାଭର୍ସ୍‌ ମାଧ୍ୟ୍ୟମରେ ଆୟୋଜିତ କରାଯାଇଥିଲା। ଦୀନେଶ ଗଣମାଧ୍ୟମରେ କହିଥିଲେ ‘ ମୁଁ ଗତ କିଛି ବର୍ଷ ଧରି ବ୍ଲାକ ଚେନ୍‌, ଏନଏଫଟି ଓ ଟେକ୍ନୋଲୋଜିରେ କାମ କରୁଥିଲି। ମୁଁ ସବୁବେଳେ କିଛି ଭିନ୍ନ କରିବାକୁ ଚାହୁଁଥିଲି ଏବଂ ମୁଁ ମୋ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ଚାହୁଁଥିଲି। ଏକ ଟେକ୍ନିକାଲ ବିଶେଷଜ୍ଞ ଭାବରେ ଆମେ ସବୁବେଳେ ଅସୁବିଧାର ସାମ୍ନା କରୁ ଓ ତାଙ୍କୁ ପୋଗ୍ରାମିଂ ଭାଷାରେ ସମାଧାନ କରୁ।

ତେବେ କୋଭିଡ୍‌ରେ ଲକଡ଼ାଉନ୍ ପରେ ଏମିତି ପ୍ଲାନ ଆମ ଉଭୟଙ୍କ ମନକୁ ଆସିଥିଲା। ମହାମାରୀ ପାଇଁ ତାମିଲନାଡୁରେ ଲକଡାଉନ୍ ହେବା ପରେ ଆମେ ଏପରି ଡିଜିଟାଲ ପ୍ଲାଟଫର୍ମ ଆପଣେଇବାକୁ ଚେଷ୍ଟା କଲୁ। କୋଭିଡ କାରଣରୁ ମୋ ବାହାଘର ଓ ରିସେପସନ୍‌ରେ ପରିବାର ଓ ବନ୍ଧୁଙ୍କ ସଂଖ୍ୟା ୧୦୦ ମଧ୍ୟରେ ସୀମିତ ରଖିବାକୁ ପଡିଥିଲା। ଏଥିପାଇଁ, ମୁଁ ଶିବଲିଙ୍ଗପୁରମ୍‌ ଗାଁ ରେ ସୀମିତ ସଂଖ୍ୟକ ଲୋକରେ ବାହାଘର ଓ ମେଟାଭର୍ସରେ ରିସେପ୍‌ସନର ଆୟୋଜନ କରିଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.