Below header

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ୱେଷ୍ଟଇଣ୍ଡିଜ ଆଗରେ ୨୩୮ ରନର ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଚାଲିଛି ଭାରତ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ। ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ। ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫୦ ଓଭରରେ ୯ ଓ୍ଵିକେଟ ହରାଇ ୨୩୭ ରନର ଟାର୍ଗେଟ ଦେଇଛି । ପ୍ରଥମେ ଓପନିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଋଷଭ ପନ୍ତ। କିନ୍ତୁ ମାତ୍ର ୨ ଓଭର ଖେଳିବା ପରେ ରୋହିତ ଶର୍ମା ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ରୋହିତଙ୍କ ଆଉଟ୍‌ ହେବା ପରେ ପନ୍ତଙ୍କ ସହିତ ବ୍ୟାଟିଂ କରିବା ପାଇଁ କୋହଲି ମଇଦାନକୁ ଆସିଥିଲେ। କିନ୍ତୁ ୧୧.୧ ବଲରେ ପନ୍ତ ୧୮ ରନ୍‌ କରି ଆଉଟ ହୋଇଥିବା ବେଳେ ସେହି ଓଭରରେ ହିଁ କୋହଲି ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ତା’ ପରେ କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଟିମ୍‌ ଇଣ୍ଡିଆ ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। କିନ୍ତୁ ରାହୁଲ ୪୯ ରନ୍‌ କରି ରନ୍‌ ଆଉଟର ଶିକାର ହୋଇଥିଲେ। ୨୯ ଓଭରରେ କେଏଲ ରାହୁଲ ଆଉଟ ହେବା ବେଳକୁ ଟିମ୍‌ ଇଣ୍ଡିଆର ସ୍କୋର ୧୩୪/୪ ହୋଇଥିଲା। ଅର୍ଦ୍ଧଶତକରୁ ମାତ୍ର ୧ ରନ୍‌ ଦୂରରେ ଥାଇ ରନ୍‌ ଆଉଟ ହୋଇଥିଲେ ରାହୁଲ। ସୂର୍ଯ୍ୟକୁମାର ଯାଦବ ୬୪ ରନ୍‌ ଏବଂ ଓ୍ଵାଂଶିଟନ ସୁନ୍ଦର ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ।

score

ଶାର୍ଦ୍ଦୁଲ ଠାକୁର ୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଦୀପକ ହୁଡ୍ଡା୨୯ ରନ୍‌ କରି ଆଉଟ୍‌ ହୋଇଥିଲେ। ମହମ୍ମଦ ସିରାଜ ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଚହଲ ୧୧ ରନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୦ ରନ କରି ଅପରାଜିତ ରହିଛନ୍ତି।

ୱେଷ୍ଟଇଣ୍ଡିଜ ଟିମ୍‌ ତରଫରୁ ଓଡେନ ସ୍ମିଥ, ଅଲଜାରୀ ଜୋସେଫ ୨ ଲେଖାଏଁ ଓ୍ଵିକେଟ, କେମାର ରୋଚ୍‌,ଅକେଲ ହୋସିନ୍‌, ଫାବିଆନ୍‌ ଏଲେନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.