ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍, ଦିନକୁ ମାତ୍ର ୩ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ୨୪GB ଡାଟା ସହ ଫ୍ରି କଲିଙ୍ଗ୍ ସୁବିଧା

ରିଲାଏନ୍ସ ଜିଓ ପାଖରେ ରିଚାର୍ଜ ପ୍ଲାନ୍ସର ଲମ୍ବା ଚଉଡା ଲିଷ୍ଟ ରହିଛି। ଜିଓର ରିଚାର୍ଜ ପ୍ଲାନ ୧୪ ଦିନରୁ ନେଇ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟୀ ଅଫର କରିଥାଏ। ଜିଓର କିଛି ପ୍ଲାନ ବହୁତ ଶସ୍ତା ବି ଅଛି। ଆମେ ଆପଣଙ୍କୁ ରିଲାଏନ୍ସ ଜିଓର ଏମିତି କିଛି ରିଚାର୍ଜ ପ୍ଲାନ୍ ବିଷୟରେ କହିବୁ, ଯେଉଁଥିରେ ଦିନକୁ ଆପଣ ୩ ଟଙ୍କାରୁ ବି କମ୍ ଟଙ୍କା ଖର୍ଚ୍ଚ ହେବ। ଏହା ଜିଓ ଫୋନର ପ୍ଲାନ୍। ଏହି ପ୍ଲାନରେ ଫ୍ରୀ କଲିଙ୍ଗ ସହିତ ଡାଟା ଏବଂ ଅନ୍ୟ ଫାଇଦା ମଧ୍ୟ ମିଳିବ ଆପଣଙ୍କୁ। ତେବେ ଚାଲନ୍ତୁ ଜାଣିବା ଜିଓର ଏହି ପ୍ଲାନ ବିଷୟରେ।
ରିଲାଏନ୍ସ ଜିଓ ପାଖରେ ଜିଓ ଫୋନର ଏକ ପ୍ଲାନ ୮୯୯ ଟଙ୍କାର ରହିଛି। ଯେଉଁଥିରେ ୩୩୬ ଦିନର ବୈଧତା ମିଳିଥାଏ। ଏହି ପ୍ଲାନରେ ପ୍ରତିଦିନ ଆପଣଙ୍କୁ କେବଳ ୨.୬୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ପ୍ଲାନରେ ପ୍ରତି ୨୮ ଦିନରେ ୨ ଜିବି ଡାଟା ମିଳିଥାଏ। ଅର୍ଥାତ୍ ଆପଣଙ୍କୁ ଏହି ପ୍ଲାନରେ ମୋଟ୍ ୨୪ଜିବି ଡାଟା ଦିଆଯାଇଛି। ପ୍ଲାନରେ କୌଣସି ବି ନେଟଓ୍ଵାର୍କକୁ ଫ୍ରୀ କଲିଙ୍ଗ କରିବାର ସୁବିଧା ମଧ୍ୟ ରହିଛି। ଜିଓ ଫୋନର ଏହି ପ୍ଲାନରେ ପ୍ରତି ୨୮ ଦିନରେ ୫୦ ଏସଏମଏସ ପଠାଇବାର ସୁବିଧା ମିଳିଥାଏ। ଏହାଛଡା ପ୍ଲାନରେ ଜିଓ ଆପ୍ସର ଫ୍ରୀ ସବସ୍କ୍ରିପସନ୍ ଦିଆଯାଇଥାଏ।
ଏହାସହ ରିଲାଏନ୍ସ ଜିଓର ଆଉ ଏକ ପ୍ଲାନ ହେଉଛି ୯୧ ଟଙ୍କିଆ ପ୍ଲାନ। ଏହି ପ୍ଲାନରେ ୨୮ ଦିନର ଭ୍ୟାଲିଡିଟୀ ମିଳିଥାଏ। ଜିଓ ଫୋନର ଏହି ପ୍ଲାନରେ ଗୋଟିଏ ଦିନର ଖର୍ଚ୍ଚ ୩.୨୫ ଟଙ୍କା ରହିଛି। ଜିଓର ଏହି ପ୍ଲାନରେ ଅନଲିମିଟେଡ୍ କଲିଙ୍ଗର ଫାଇଦା ମିଳିଥାଏ। ପ୍ଲାନରେ ପ୍ରତିଦିନ ୧୦୦ଏମବି ଡାଟା ଦିଆଯାଇଥାଏ। ଏହାବ୍ୟତୀତ ପ୍ଲାନରେ ୨୦୦ଏମବି ଏକ୍ସଟ୍ରା ଡାଟା ମିଳିଥାଏ। ପ୍ଲାନରେ ଟୋଟାଲ ୩ଜିବି ଡାଟା ଦିଆଯାଇଥାଏ। ପ୍ଲାନରେ ୫୦ ଏସଏମଏସ ପଠାଇବାର ସୁବିଧା ମିଳିଥାଏ। ଏହାସହିତ ଜିଓ ଆପ୍ସର ସବସ୍କ୍ରିପସନ୍ ମିଳିଥାଏ।