ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ତିନି ପୋଷା କୁକୁର, ପ୍ରାର୍ଥୀଙ୍କ ସହ ବୁଲୁଛନ୍ତି ଦୁଆର ଦୁଆର

ଗଞ୍ଜାମ(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନକୁ ନେଇ ଦିନକୁ ଦିନ ଅନେକ ରୋଚକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ଥୀ ମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । କେଉଁଠି ଗାଁ ସେବା କରିବା ପାଇଁ ପ୍ରାର୍ଥମାନେ ବିବାହ ନକରିବାର ଶପଥ ନେଉଛନ୍ତି ତ ଆଉ କେଉଁଠି ହାତ ଲେଖା ପ୍ରତିଶୃତି ପତ୍ର ଧରି ଦୁଆରରୁ ଦୁଆର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଲାଭଣଞ୍ଜା ଗାଁର ସରପଞ୍ଚ ପ୍ରାର୍ଥୀ ଭିନ୍ନ ଶୈଳୀରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।

sarpanch candidate

ତିନଟି ପୋଷା କୁକୁରଙ୍କୁ ନେଇ ନିଆରା ଷ୍ଟାଇଲରେ ପ୍ରଚାର କରୁଛନ୍ତି  ସରପଞ୍ଚ ପ୍ରାର୍ଥୀନୀ ରୋଜାଲିନ ବେହେରା l  ରୋଜାଲିନ BSC ନର୍ସିଂ ପାସ କରିଛନ୍ତି । ଏହା ସହ କୋଭିଡ ସମୟରେ କୋରେଇଣ୍ଟନ ସେଣ୍ଟରରେ ମଧ୍ୟ କାମ କରିଥିଲେ l ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବା ପରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନଟି ପୋଷା କୁକୁରକୁ ମାସ୍କ ଓ ହେଲମେଟ ପିନ୍ଧାଇ  ସାଙ୍ଗରେ ନେଇ ବାପା,ଭାଇ ଓ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି।  ଯାହାକୁ ଦେଖିବା ପାଇଁ ବେଶ ରୋଚକ ହୋଇଛି। ସଚେତନତାର ବାର୍ତ୍ତା ଥିବା ଲିଫଲେଟକୁ କୁକୁରଙ୍କ ବେକର ଗଳାଇ ନିଜ ପ୍ରଚାରରେ ସାମିଲ କରିଛନ୍ତି ରୋଜାଲିନ୍।  ତେବେ ଏହାକୁ ନେଇ  ରୋଜାଲିନ କୁହନ୍ତି ଭୋଟ ମାଗିବା ସହ ମୁଁ ଲୋକଙ୍କୁ ସଚେତନ କରାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.