ସାରା ଅଲ୍ଲୀ ଖାନ ସେୟାର କଲେ ନିଜ ମା’ ଅମୃତା ସିଂଙ୍କ ଫଟୋ, କହିଲେ ମା’ଙ୍କ ଜନ୍ମଦିନ ମୋ ପାଇଁ ବଡ଼ ଦିନ

ସାରା ଅଲ୍ଲୀ ଖାନ ନିଜ ଅଭିନୟ ପାଇଁ ଖୁବ୍ ଜଣାଶୁଣା । ସେ ତାଙ୍କର ଡେବ୍ୟୁଟ ଫିଲ୍ମ କେଦାରନାଥରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। ଏହାପରଠାରୁ ତାଙ୍କୁ ସମସ୍ତେ ହିଁ ପ୍ରଶଂସା କରିଥିଲେ ତାଙ୍କର ଅଭିନୟ ପାଇଁ। ତେବେ ସେ ଆଜି ନିଜ ମା ଅମ୍ରିତା ସିଂଙ୍କ ଜନ୍ମ ଦିନରେ ତାଙ୍କ ମାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ତାଙ୍କ ସଫଳତା ପାଇଁ ସେ ତାଙ୍କ ମା’ଙ୍କୁ ସବୁ ଶ୍ରେୟ ଦେଉଛନ୍ତି। ସାରା ଲେଖିଛନ୍ତି ଯେ ତାଙ୍କୁ ସବୁକିଛି ଦେଇଥିବାରୁ ଧନ୍ୟବାଦ।’ ମୋତେ ପ୍ରେରଣା ଦେବା, ଉତ୍ସାହିତ କରିବା ପାଇଁ ମୁଁ ତୁମକୁ ଧନ୍ୟବାଦ୍ ଜଣାଇଛି ମା’।

 

View this post on Instagram

 

A post shared by Sara Ali Khan (@saraalikhan95)


ମୁଁ ତୁମକୁ ଖୁସି ଏବଂ ଗର୍ବିତ କରିବା ପାଇଁ ସବୁବେଳେ କଠିନ ପରିଶ୍ରମ କରିବି ।ଭଲ କାମ କରିବାକୁ ଚେଷ୍ଟା କରିବି । ତେବେ ଇନଷ୍ଟାଗ୍ରାମରେ ଏହା ଲେଖି ସାରା ଅଲ୍ଲୀ ଖାନ ମା’ ଅମୃତା ସିଂଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ମାଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି। ବରିଷ୍ଠ ଅଭିନେତ୍ରୀ ଅମୃତା ସିଂ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ସାରା ତାଙ୍କ ମାଆଙ୍କ କାର୍ବନ କପି ଭଳି ଫଟୋ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.