ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଶୀତ ସରିବାକୁ ନାହିଁ କିନ୍ତୁ ପାଗକୁ କୋହଲା କରିବାକୁ ଆସୁଛି ବର୍ଷା ପାଗ । ପୁଣି ବଦଳିବ ପାଗ।  ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ଓଡ଼ିଶା । ଆଜିଠୁ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି ରାତିରେ ବର୍ଷା ହୋଇପାରେ ।

ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୧ ତାରିଖରୁ ପାଗ ଶୁଖିଲା ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.