‘ସାକି ସାକି’ ଗୀତରେ କନ୍ୟାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ବାପା, ଇଣ୍ଟରନେଟରେ ନିଆଁ ଲଗାଇଛି ଏହି ଭିଡିଓ

ବାହାଘର ତାରିଖ ଠିକ୍‌ ହୋଇଗଲେ ଆମ ମନ ବେଶ୍‌ ଖୁସି ହୋଇଯାଏ। ବାହାଘର ପାଇଁ କ’ଣ ପିନ୍ଧିବେ, କେଉଁ ଗୀତରେ ଡ୍ୟାନ୍ସ କରିବେ ଏହାକୁ ନେଇ ମନ ପ୍ରଫୁଲ୍ଲିତ ରହିଥାଏ। ଆଉ ଆଜିକାଲିର ବାହାଘର ନାଚ ବିନା ଫିକା ଲାଗିଥାଏ। ବାହାଘର ଆଗରୁ ମେହେନ୍ଦୀ ହେଉ ଅବା ସଂଗୀତ ଉତ୍ସବ ଆଜିକାଲିର ପିଲା ଡ୍ୟାନ୍ସ କରିବାକୁ ଆଗଭର ରହୁଛନ୍ତି। କିଏ, କେମିତି, କେଉଁ ଢଙ୍ଗରେ ଡ୍ୟାନ୍ସ କରୁଥିବାର ଆପଣ ଅନେକ ଭିଡିଓ ଦେଖିଥିବେ।

ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ବାପା ଏବଂ ଝିଅ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏକ ବିବାହ ଉତ୍ସବରେ ବାପା ଝିଅ ନୋରା ଫତେହୀଙ୍କ ଗୀତ ‘ ଓ ସାକି ସାକି’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହା ଏବେ ଭାଇରଲ ହେବାରେ ଲାଗିଛି।

ଭିଡିଓଟି ଆରମ୍ଭ ହୋଇଛି ଜଷ୍ଟିନ ବିବରଙ୍କ ଗୀତ ‘ବେବି’ରୁ। ଆଉ ହଠାତ୍‌ ଏହି ଗୀତଟି ବନ୍ଦ ହୋଇ ସାକି ସାକି ଗୀତ ବାଜୁଛି। ଆଉ ଏହି ଗୀତ ଶୁଣି କନ୍ୟା ଅନିଷା ଏବଂ ତାଙ୍କ ବାପା ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। କନ୍ୟା ଜଣ ଧଳା ରଙ୍ଗର ଏମ୍ବ୍ରୋଡରୀ ଲେହେଙ୍ଗା ପିନ୍ଧିଥିବା ବେଳେ କନ୍ୟାଙ୍କ ବାପା ସୁଟ୍‌ ପିନ୍ଧିଛନ୍ତି।

ଆପଣ ଦେଖନ୍ତୁ ଭିଡିଓ :

 

View this post on Instagram

 

A post shared by A N I S H A K A Y (@anishakula)

ଏହି ଭିଡିଓକୁ ଏପର୍ଯ୍ୟନ୍ତ ଅନେକ ପ୍ରଶଂସା ମିଳୁଛି। ଲୋକେ ଦେଖି ଲାଇକ ମଧ୍ୟ କରୁଛନ୍ତି।

 

View this post on Instagram

 

A post shared by A N I S H A K A Y (@anishakula)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.