ଖୁବଶୀଘ୍ର ବାପା ହେବେ ଟିମ୍ ଇଣ୍ଡିଆର ଏହି କ୍ରିକେଟର, ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ସ ଦେଲା ଖୁସି ଖବର
ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ ଟିମ୍ର ଜଣେ ଖେଳାଳି ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳି ବିନୟ କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ୨୦୧୩ ରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତାଙ୍କ ପତ୍ନୀ ରିଚା ଖୁବ୍ ଶୀଘ୍ର ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ।
ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟରରେ ଏକ ଫଟୋ ସେୟାର କରିଛି। ସେଥିରେ ବିନୟ କୁମାର ତାଙ୍କ ପତ୍ନୀ ରିଚା ସିଂଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ବିନୟ ସହ ତାଙ୍କ ପତ୍ନୀ ରିଚା ବେବି ବମ୍ପ ସହ ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛି। ଏହା ଦେଖିବା ପରେ ରିଚା ଏବଂ ବିନୟଙ୍କୁ ତାଙ୍କ ଫ୍ୟାନ୍ସ ଫଲୋର୍ସମାନେ ଅଭିନନ୍ଦନ ଜଣାଇଛି।
Congratulations to @Vinay_Kumar_R and his wife @richavkumar, who are adding another member to their lovely family 💙#OneFamily pic.twitter.com/oYR6atNPUn
— Mumbai Indians (@mipaltan) June 11, 2022
ବିନୟ ଟିମ୍ ଇଣ୍ଡିଆ ପାଇଁ ୩୧ଟି ଦିନିକିଆ ଖେଳିଛନ୍ତି । ଏହି ସମୟରେ ସେ ୩୮ ୱିକେଟ୍ ନେଇଥିଲେ। ନଭେମ୍ବର ୨୦୧୩ରେ ବିନୟ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବିନୟ ତାଙ୍କର ଶେଷ ଆଇପିଏଲ୍ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ ଥିଲେ । ବିନୟ କୁମାରଙ୍କ ପତ୍ନୀ ରିଚା ସିଂ ବେଙ୍ଗାଲୁରୁ ସ୍ଥିତି ଇଣ୍ଟିଗ୍ରିଟି ସ୍ପୋଟର୍ସ କମ୍ପାନୀର ଡାଇରେକ୍ଟର ରହିଛନ୍ତି।