Below header

ବିବାହ ବେଦୀକୁ କେମିତି ନାଚି ନାଚି ଏଣ୍ଟ୍ରି ମାରିଲେ କନିଆଁ, ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ସିନା ଜନ ଜୀବନକୁ ଠପ୍‌ କରିଦେଇଛି । ହେଲେ ବାହାଘରକୁ ବନ୍ଦ କରିପାରିନି କରୋନାର ପ୍ରଭାବ । ଯେମିତି ହେଲେ ବି ବାହାଘର ଚାଲୁଛି ଯଦିଓ ଜାକଜକମରେ ଟିକେ ଫିକା ପଡ଼ିଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ବାହାଘର ଚାଲୁଥିବା ଦେଖିବାକୁ ମିଳୁଛି ।

ଏବେ ଇଣ୍ଟରନେଟରେ ଏକ ବାହାଘର ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ବାହାଘର ଚାଲିଥିବା ବେଳେ ବେଦୀ ଉପରେ କନିଆଁର ଅଭିନବ ଭାବରେ ଜବରଦସ୍ତ ଏଣ୍ଟ୍ରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।  ଭିଡିଓରେ କନିଆଁ ଜଣକ ‘ସେୟାଁ ସୁପରଷ୍ଟାର’ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ଏଥିରେ ଆପଣ ଦେଖିପାରିବେ ଯେ କନିଆଁଙ୍କୁ ଏପରି ଡ୍ୟାନ୍ସ କରୁଥିବାର ଦେଖି ବର ମଧ୍ୟ ଷ୍ଟେଜ୍ ଉପରେ କନିଆଁଙ୍କ ଡ୍ୟାନ୍ସକୁ ଖୁବ୍ ଉପଭୋଗ କରୁଛନ୍ତି । ଏହି ଭିଡିଓ ମହାରାଷ୍ଟର ବୋଲି ଜଣାପଡିଛି। କିନ୍ତୁ ଏଯାଏଁ ଏହା ସ୍ପଷ୍ଟ ହୋଇନି ଏହାକୁ କେବେ ରେକର୍ଡ କରାଯାଇଥିଲା।

ଏହି ଭିଡିଓ ଟ୍ଵିଟରରେ ପୋଷ୍ଟ ହେବା ପରେ ଖୁବ୍ ସେୟାର ହୋଇଥିଲା। ଏହି ଭିଡିଓକୁ ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଲାଇକ କରିସାରିଲେଣି। ଆପଣ ବି ଦେଖନ୍ତୁ ଏ କନିଆଁଙ୍କର ଏହି ଜବରଦସ୍ତ ଏଣ୍ଟ୍ରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.