ପରିସ୍ଥିତି ବଦଳାଇଦେଲା ରୋଜଗାରର ମାଧ୍ୟମ, କାର୍ ମେକାନିକରୁ ବନିଗଲେ ସଫଳ ଚାଷୀ

ପରିସ୍ଥିତି ବଦଳାଇଦେଲା ରୋଜଗାରର ମାଧ୍ୟମ। କାର ମେକାନିକରୁ ବନିଗଲେ ସଫଳ ଚାଷୀ। ସମନ୍ୱିତ ଚାଷ କରି ବନି ପାରିଛନ୍ତି ଜଣେ ସଫଳ ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ସୟଦପୁର ପଂଚାୟତ ହୋସେନି ମହଲ୍ଲା ଗ୍ରାମର ସେକ ଆତାଉଲ୍ଲା ହକ ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ।

ଯାଜପୁର ଟାଉନ୍(କେନ୍ୟୁଜ) : ପରିସ୍ଥିତି ବଦଳାଇଦେଲା ରୋଜଗାରର ମାଧ୍ୟମ। କାର ମେକାନିକରୁ ବନିଗଲେ ସଫଳ ଚାଷୀ। ସମନ୍ୱିତ ଚାଷ କରି ବନି ପାରିଛନ୍ତି ଜଣେ ସଫଳ ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ସୟଦପୁର ପଂଚାୟତ ହୋସେନି ମହଲ୍ଲା ଗ୍ରାମର ସେକ ଆତାଉଲ୍ଲା ହକ ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ।

ଆତାଉଲ୍ଲା ଏବେ ଜଣେ ସଫଳ କୁକୁଡ଼ା ଚାଷୀ ହୋଇପାରିଛନ୍ତି। ମାତ୍ର ୧୦ ଟି ଦେଶୀ କୁକୁଡ଼ାରୁ ଆରମ୍ଭ ହୋଇଥିବା ଚାଷ ଏବେ ୩୦୦ ରୁ ଉର୍ଦ୍ଧ୍ଵ ସଂଖ୍ୟା ରେ ପହଞ୍ଚିଛି। ଦେଶି କୁକୁଡ଼ାର ମାଂସ ଓ ଅଣ୍ଡାର ଚାହିଦା ବେଶ ଅଧିକ ରହିଛି। ସେଥିପାଇଁ ପ୍ରତିଦିନ ଏଠାକୁ ମାଂସ ଓ ଅଣ୍ଡା କିଣିବା ପାଇଁ ଗ୍ରାହକ ଆସିଥାନ୍ତି।

କେବଳ ଦେଶୀ କୁକୁଡ଼ା ନୁହେଁ ଗୋ ପାଳନ ସହିତ ଜୈବିକ ଉପାୟ ରେ ପରିବା ଚାଷ ମଧ୍ୟ କରାଯାଉଛି। ବର୍ତ୍ତମାନ ସବୁ ପନିପରିବା ରେ ବିଷାକ୍ତ ସାର ଓ କୀଟନାଶକ ଔଷଧ ବ୍ୟବହାର ହେଉଛି। କିନ୍ତୁ ଏଠି ହେଉଥିବା ଚାଷ ରେ କୌଣସି ପ୍ରକାର ସାର ବ୍ୟବହାର ହେଉନି। ସମ୍ପୂର୍ଣ୍ଣ ଜୈବିକ ଉପାୟ ରେ ଏଠାରେ ଚାଷ ହେଉଛି। ଯାହାକୁ କିଣିବା ପାଇଁ ଗ୍ରାହକ ଙ୍କ ବିଶେଷ ଆଗ୍ରହ ରହିଥାଏ। ଏହି ଚାଷ ମାଧ୍ୟମରେ ସେ ଭଲ ଦି ପଇସା ରୋଜଗାର କରୁଛନ୍ତି। ତାଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି ତାଙ୍କ ମା। ଆତାଉଲା ଙ୍କ ଏଭଳି ଉଦ୍ୟମ କୁ ସମସ୍ତେ ପ୍ରଶଂସା କରିଛନ୍ତି।

କାର୍ ମେକାନିକରୁ ସଫଳ ଚାଷୀ। କୋରନା ସମୟରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା କାର୍ଯ୍ୟ ବେଶ ପ୍ରଶଂସା ଯୋଗ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.