Below header

ଆଠ ମାସର ଶିଶୁକୁ ରାମ୍ପି ଥାନାକୁ ଗଲା କୁକୁଡା

ଭୋପାଳ : ସାଧାରଣତଃ ଆପଣମାନେ ମଣିଷ ଅପରାଧ କରି ପୋଲିସ ଷ୍ଟେସନରେ ପହଁଚିବା କଥା ଶୁଣିଥିବେ କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କୁକୁଡା ନାଁରେ ଅଭିଯୋଗ ଆସିବା। ତେବେ ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୮ ମାସ ଶିଶୁ ପୁତ୍ରକୁ ଗୋଡ଼ ନଖରେ ରାମ୍ପୁଡ଼ି ଦେଇଛି କୁକୁଡା। ଯେଉଁ ଅପରାଧରେ ଗୋଟିଏ କୁକୁଡ଼ାକୁ ପୋଲିସ ଥାନା ଆସିବାକୁ ପଡ଼ିଛି।

ପୁନମ୍ କୁଶଓ୍ବାହ ନାମକ ଜଣେ ମହିଳା ପଡ଼ିଶା ଘର ପୋଷା କୁକୁଡ଼ା ତାଙ୍କ ଶିଶୁପୁତ୍ରକୁ ରାମ୍ପୁଡ଼ି ଥିବା ଅଭିଯୋଗ ଥାନାରେ କରିଥିଲେ। ପୂର୍ବରୁ ମଧ୍ୟ କୁକୁଡ଼ା ଏଭଳି କରିଥିବା ପୁନମ୍ ପୋଲିସକୁ କହିଥିଲେ। ଏହାପରେ ଥାନା ପକ୍ଷରୁ କୁକୁଡ଼ା ସମେତ ମାଲିକାଣୀ-ମାଲିକଙ୍କୁ ଥାନାକୁ ଡ଼କାଯାଇଥିଲା। ଥାନାରେ ପହଞ୍ଚି କୁକୁଡ଼ା ମାଲିକାଣୀ କାନ୍ଦିବାକୁ ଲାଗିଥିଲେ। ତାଙ୍କ କୁକୁଡ଼ା ପ୍ରତି କୌଣସି ଦଣ୍ଡବିଧାନ ନ କରିବାକୁ ମହିଳା ଜଣକ ଗୁହାରି କରିଥିଲେ।

ମାଲିକ-ମାଲିକାଣୀ ପୋଲିସକୁ ପ୍ରତିଶ୍୍ରୁତି କରିଛନ୍ତି ଯେ ସେମାନେ ଏବେ ତାଙ୍କ କୁକୁଡାକୁ ସାବଧାନରେ ରଖିବେ। ସେମାନଙ୍କର କୌଣସି ସନ୍ତାନ ନ ଥିବାରୁ କୁକୁଡ଼ାକୁ ଆଦରରେ ପାଳିଥିବା ପ୍ରକାଶ କରିଥିଲେ। କୁକୁଡାର ମାଲିକ-ମାଲିକାଣୀ ପୁନମଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ସ୍ରୁଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.