ମୋତେ ଜନ୍ମ ପାଇଁ ନେଇନଥିଲେ ଅନୁମତି . . . ରାଗିକି ନିଜ ବାପା – ମା’ଙ୍କ ବିରୋଧରେ କେସ୍ କରିଛନ୍ତି ଏହି ଯୁବକ

ଦୁନିଆ ଆଉ ନିଜ ଜୀବନ ପ୍ରତି ବିତୃଷ୍ଣା ଭାବ ରଖିଥିବା ଲୋକଙ୍କ ସହ ଆପଣ ନିଶ୍ଚୟ ଭେଟିଥିବେ । ଏଭଳି ଲୋକମାନଙ୍କ ମଧ୍ୟରୁ କିଛି ଡିପ୍ରେସନ୍ ଚାଲିଯାଆନ୍ତି କିଛି ଆତ୍ମହତ୍ୟାର ପନ୍ଥା ଆପଣାଇଥାନ୍ତି । ହେଲେ ଏନେଇ ନିଜ ବାପା ମାଙ୍କ ଉପରେ ମାମଲା ରୁଜୁ କରିବା ଘଟଣା କେବେ ଶୁଣିଛନ୍ତି । କାହିଁକି ବାପା ମା ତାଙ୍କୁ ଜନ୍ମ କରିଛନ୍ତି ସେଥିରେ ଏତେ ଦୁଃଖି ହୋଇଯାଇଛନ୍ତି ଯେ ନିଜ ଜନ୍ମ କଲା ପିତା ମାତାଙ୍କ  ଉପରେ ମାମଲା ରୁଜୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜଣେ ଯୁବକ ।

ଏହି ମହାନ୍ ବ୍ୟକ୍ତି ଜଣକ ହେଉଛନ୍ତି ରାଫେଲ୍ ସାମୁଏଲ୍ । ମୁଁ ମୋ ବାପା ମାଙ୍କୁ ବହୁତ ଭଲ ପାଏ । ଏବଂ ମୋର ସେମାନଙ୍କ ସହ ଭଲ ସମ୍ପର୍କ ମଧ୍ୟ ଅଛି । କିନ୍ତୁ ସେମାନେ ତାଙ୍କ ସ୍ବାର୍ଥ ଏବଂ ଖୁସି ପାଇଁ ମୋତେ ଜନ୍ମ କରିଛନ୍ତି । ଏଭଳି କହିଛନ୍ତି ରାଫେଲ୍ । ବିନା ଅନୁମତିରେ ତାଙ୍କୁ ଜନ୍ମ କରିଥିବାରୁ ନିଜ ପିତା ମାତାଙ୍କ ଉପରେ କେସ୍ କରିବେ ବୋଲି କହିଛନ୍ତି ରାଫେଲ୍ । ଏହା ସହ ରାଫେଲ୍ ଆହୁରୀ କହିଛନ୍ତି ମୋର ଜୀବନ ଖୁବ୍ ଭଲରେ କଟିଛି । କିନ୍ତୁ ମୁଁ ଏକଥା ବୁଝି ପାରୁନି ଯେ ମୁଁ ମୋ ଜୀବନକୁ ସ୍କୁଲ୍ ଏବଂ କ୍ୟାରିୟର୍ ଝାମେଲାରେ କାହିଁକି ଫସାଇବି । ଖାସ୍ କରି ସେତେବେଳେ ଯେତେବେଳେ ଏମିତି ଜୀବନର କାମନା ହିଁ ମୋର ନାହିଁ ।

ପ୍ରକୃତରେ ରାଫେଲ୍ ହେଉଛନ୍ତି Anti-Natalism ଜଣେ ସମର୍ଥକ । ଏହି ଫିଲୋସଫିକୁ ମାନୁଥିବା ବ୍ୟକ୍ତିମାନେ ଜନ୍ମ ବିରୋଧୀ ଅଟନ୍ତି । ଏମାନେ ବିଶ୍ବାସ କରନ୍ତି ପିଲା ଜନ୍ମ କରିବା ଅର୍ଥ ହେଉଛି କାହାର ଇଛା ବିରୋଧରେ ତା ଉପରେ ଜୀବନକୁ ଲଦି ଦେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.