Below header

ଚାଣକ୍ୟ କହିଛନ୍ତି ପୁରୁଷମାନେ ଏହି ୪ କଥାକୁ ରଖନ୍ତୁ ଗୁପ୍ତ, କାହା ସାମ୍ନାରେ ଭୁଲରେ କରନ୍ତୁ ନାହିଁ ସେୟାର୍

ଆଚାର୍ଯ୍ୟ ଚାଣକ୍ୟଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଇତିହାସର ସବୁଠାରୁ ଚାଲାକ ଏବଂ ବୁଦ୍ଧିମାନ୍ ବ୍ୟକ୍ତି ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଚନ୍ଦ୍ରଗୁପ୍ତଙ୍କୁ ଜଣେ ସାଧାରଣ ମଣିଷରୁ ଦେଶର ସବୁଠାରୁ ଶକ୍ତିଶାଳୀ ରାଜା କରିବାରେ ଯେଉଁ ମହାନ ଆଚାର୍ଯ୍ୟ ଙ୍କ ହାତ ରହିଛି ସେ ହେଉଛନ୍ତି ଚାଣକ୍ୟ।  କେବେ ବି ବ୍ୟର୍ଥ ଯାଏନି ଆଚାର୍ଯ୍ୟ ଚାଣକ୍ୟଙ୍କ କଥା । ରଣନୀତି ଏବଂ କୁଟନୀତି ପାଇଁ ରାଜନେତା ମାନେ ଚାଣକ୍ୟଙ୍କ ବହିର ସାହାଯ୍ୟ ନେଇଥାନ୍ତି । କେବଳ ରାଜନୀତି ନୁହେଁ ଏକ ଭଲ ଏବଂ ସୁଖୀ ଜୀବନ ପାଇଁ ମଧ୍ୟ ଏକ ଜରୁରୀ କଥା କହିଛନ୍ତି ଚାଣକ୍ୟ । ତାଙ୍କ ଦ୍ବାରା କୁହାଯାଇଥିବା ମାର୍ଗକୁ ପାଥେୟ କରି ନିଜ ଜୀବନର ସମସ୍ୟାକୁ ଦୂରରେ ରଖିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୁରୁଷମାନେ କେଉଁ ୪ ଟି କଥା ଅନ୍ୟ କାହା ସମ୍ନାରେ କହିବା ଉଚିତ୍ ନୁହେଁ ।

ଧନହାନୀ :

money lossଚାଣକ୍ୟଙ୍କ ମୂତାବକ କୌଣସି ବି ବ୍ୟକ୍ତି ଧନ ସହ ଜଡିତ କ୍ଷତି ବିଷୟରେ ଅନ୍ୟ କାହା ସାମ୍ନାରେ କହିବା ଉଚିତ୍ ନୁହେଁ । ଏହି ସମସ୍ୟା ନିଜ ମଧ୍ୟରେ ସୀମିତ ରଖିବା ଉଚିତ୍ । କାରଣ ବାହାର ବ୍ୟକ୍ତି ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବେ ନାହିଁ । ତେଣୁ କାହାକୁ ନିଜ ଧନ ସହ ଜଡିତ କୌଣସି କଥା କୁହନ୍ତୁ ନାହିଁ ।

ଏହା ସହ ପଢନ୍ତୁ ଗଣ୍ଠି ପକାଇ ରଖନ୍ତୁ ଚାଣକ୍ୟ କହିଥିବା ଏହି ୧୦ କଥା, ଜୀବନରେ ରହିବନି ଦୁଃଖ

ନିଜ ସମସ୍ୟା :

tensionଅନେକ ବ୍ୟକ୍ତିଙ୍କ ଅଭ୍ୟାସ ଯେ ନିଜ ସମସ୍ୟା ଅନ୍ୟମାନଙ୍କ ସାମ୍ନାରେ ବୁଲି ବୁଲି କହିଥାନ୍ତି । ମନେ ରଖନ୍ତୁ ଆପଣଙ୍କ ସମସ୍ୟା ରହ ଲୋକଙ୍କର କିଛି ଯାଏ ଆସେ ନାହିଁ । ଏମିତି ହୋଇପାରେ ଏକଥାକୁ ନେଇ ପଛରେ ଆପଣଙ୍କ ଥଟ୍ଟା ପରିହାସ କରିପାରନ୍ତି ।

ପତ୍ନୀଙ୍କ ବିରୋଧରେ ଅଭିଯୋଗ :

coupleକୌଣସି ପୁରୁଷ ନିଜ ସ୍ତ୍ରୀଙ୍କ ବିଷୟରେ ଖାସ୍ କରି ତାଙ୍କ ବିଷୟରେ ନକରାତ୍ମକ କଥା ଆଉ କାହା ସାମ୍ନାରେ କହିବା ଅନୁଚିତ୍ । କାରଣ ପରେ ଏହାର ମଜାକ୍ ଉଡାଇଥାନ୍ତି ଲୋକମାନେ । ଯଦି ଭବିଷ୍ୟତରେ ଆପଣଙ୍କ ପତ୍ନୀ ସେହି ଅଭ୍ୟାସକୁ ବଦଳାଇଦିଅନ୍ତି ତେବେ ଅନ୍ୟମାନଙ୍କ ଆଗରେ ଆପଣଙ୍କୁ ଅନୁତାପ କରିବାକୁ ପଡିବ ।

କୌଣସି ମୁର୍ଖଠୁ ଅପମାନ ମିଳିଲେ :

ଯଦି କୌଣସି ମୁର୍ଖ ବ୍ୟକ୍ତି ଯୋଗୁଁ ଆପଣଙ୍କୁ ଅପମାନ ହେବାକୁ ପଡେ ତେବେ ଏହି ଘଟଣା ବିଷୟରେ କାହାକୁ କୁହନ୍ତୁ ନାହିଁ । କାରଣ ଏପରି କଲେ ଆପଣଙ୍କର ମାନ ସମ୍ମାନରେ ହିଁ ଆଞ୍ଚ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.