ଚାଣକ୍ୟ ନୀତି : ମା’ ଲକ୍ଷ୍ମୀ ସେମାନଙ୍କ ଠାରୁ ଦୂରେଇ ଯାଆନ୍ତି, ଯେଉଁମାନେ ଜୀବନରେ ଏପରି ଭୂଲ୍‌ କରନ୍ତି

ଚାଣକ୍ୟ ନୀତି ଅନୁସାରେ ଧନବାନ ହେବାର ଇଚ୍ଛା ସବୁ ମଣିଷଙ୍କର ଥାଏ । ଧନବାନ ହେବା ପାଇଁ ମନୁଷ୍ୟ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଚାଣକ୍ୟଙ୍କ ଅନୁଯାୟୀ ଯେତେବେଳେ ମା’ ଲକ୍ଷ୍ମୀଙ୍କ କୃପା ହୁଏ ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ଧନ ବର୍ଷା ହୋଇଥାଏ । ଧନ ଆସିଲେ ଜୀବନ ସରଳ ହୋଇଯାଏ । ବ୍ୟକ୍ତିର ଆତ୍ମ ବିଶ୍ୱାସରେ ବୃଦ୍ଧି ଘଟିଥାଏ । ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ । ହେଲେ ଯେଉଁ ବ୍ୟକ୍ତି ଜୀବନରେ ଏପରି ଭୂଲ କରିଥାନ୍ତି, ସେମାନଙ୍କୁ ଲକ୍ଷ୍ମୀଜୀ ଛାଡିକରି ପଳାଇଥାନ୍ତି ।

ଶ୍ଳୋକ :

ଆପଦର୍ଥ ଧନଂ ରକ୍ଷେଦ୍ଦାରାନ୍‌ ରକ୍ଷେଦ୍ଦନୈରପି ।

ନ ଆତ୍ମାନଂ ସତତଂ ରକ୍ଷେଦ୍ଦାରୈରପି ଧନୈରପି ।।

ଆଚାର୍ଯ୍ୟ ଚାଣକ୍ୟ ଏଠାରେ କହିଛନ୍ତି ଯେ ମନୁଷ୍ୟକୁ ଧନ ସଂଚୟ କରିବା ଦରକାର । କାରଣ ଧନ ସଂଚୟ କରିଥିଲେ ଭବିଷ୍ୟତରେ ହେବାକୁ ଥିବା ସଂକଟର ମୁକାବିଲା କରିପାରିବେ । ଏଥିସହିତ ଚାଣକ୍ୟ ଆହୁରି କହିଛନ୍ତି ଯେ ବ୍ୟକ୍ତିକୁ ଧନ ସମ୍ପଦ ତ୍ୟାଗ କରି ମଧ୍ୟ ପତ୍ନୀଙ୍କ ସୁରକ୍ଷା କରିବା ଦରକାର । ହେଲେ ଯେତେବେଳେ ଆତ୍ମାର ସୁରକ୍ଷା କଥା ଆସେ ସେତେବେଳେ ଧନ ଓ ପତ୍ନୀ ଉଭୟକୁ ତୁଚ୍ଛ ମନେ କରିବା ଦରକାର ।

ଧନ ସଂକଟ ସମୟରେ ସଚ୍ଚା ମିତ୍ର :

ଚାଣକ୍ୟ କହିଛନ୍ତି ଯେ ଅସୁବିଧା ସମୟରେ ଯେତେବେଳେ ସମସ୍ତେ ସାଙ୍ଗ ଛାଡ଼ି ଚାଲିଯାଇଥାନ୍ତି । ସେତେବେଳେ ଧନ ହିଁ ସଚ୍ଚା ମିତ୍ର ହୋଇ ସାଙ୍ଗରେ ରହିଥାଏ । ସଂକଟ ସମୟରେ ସେ ସଚ୍ଚା ମିତ୍ର ଭାବେ ସାହାଯ୍ୟ କରିଥାଏ । ତେଣୁ ଧନର ପ୍ରୟୋଗ ବିଶେଷ ସାବଧାନତାର ସହ କରନ୍ତୁ ।

ବ୍ୟର୍ଥରେ ଧନ ବ୍ୟୟ କରନ୍ତୁ ନାହିଁ :

ଚାଣକ୍ୟ କହିଛନ୍ତି ଯେ କେବେ ବି ବ୍ୟକ୍ତିକୁ ଅନାବଶ୍ୟକ ଭାବେ ଧନ ଖର୍ଚ୍ଚ କରିବା କଥା ନୁହେଁ । ଯେଉଁ ଲୋକ ଅନ୍ୟ ଆଗରେ ଧନର ଦେଖାଣିଆ କରନ୍ତି ଓ ଆୟ ଠାରୁ ଅଧିକ ବ୍ୟୟ କରନ୍ତି, ସେମାନେ ସର୍ବଦା ଅସୁବିଧାରେ ରୁହନ୍ତି । ତେଣୁ ବ୍ୟକ୍ତିକୁ ଧନ ସଂଚୟ କରିବା ଦରକାର । କାରଣ ଧନ ବ୍ୟକ୍ତିକୁ ଅସୁବିଧା ସମୟରେ ରକ୍ଷା କରିଥାଏ ।

Leave A Reply

Your email address will not be published.