ଦୁର୍ଲଭ ମୂର୍ତ୍ତିର ଚୋରକୁ ଧରିବା ପାଇଁ କମିଶନେରେଟ ପୋଲିସ ଗଠନ କଲା ସ୍ୱତନ୍ତ୍ର ଟିମ, ଖୁବ ଶୀଘ୍ର ହେବେ ବନ୍ଧା

ଭୁବନେଶ୍ବର(କେନ୍ୟୁଜ୍):  ବନ୍ଧାହେବେ ମୂର୍ତ୍ତି ଚୋର ଗ୍ୟାଙ୍ଗ । କମିଶନେରେଟ ପୋଲିସ ପକ୍ଷରୁ ଗଠନ କଲା ସ୍ୱତନ୍ତ୍ର ଟିମ । ଦୁର୍ଲଭ ମୂର୍ତ୍ତି ପଛରେ ରାଜ୍ୟ ଭିତର ନା ଆନ୍ତଃରାଜ୍ୟ ରାକେଟ କାମ କରୁଛି ସେନେଇ ଆରମ୍ଭ ହୋଇଛି ତନାଘନା । ଖୁବ ଶିଘ୍ର ଧରାପଡିବେ ଗ୍ୟାଙ୍ଗ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ଚାଲିଛି ।

ଆଜି ଭୋରରୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଟଙ୍କପାଣି ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ମନ୍ଦିର ତାଲା ଭାଙ୍ଗି ଭିତରେ ପଶିଥିଲେ ଚୋର । ଏହି ମୂର୍ତ୍ତିଗୁଡ଼ିକ ବହୁ ପ୍ରାଚୀନ ଏବଂ ଅତି ଦୁର୍ଲଭ । ମନ୍ଦିର ପକ୍ଷରୁ ବାଲିଅନ୍ତା ଥାନାରେ ମାମଲା ରଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.