Below header

ଚାଣକ୍ୟ ନୀତି : ଏହି ପାଞ୍ଚ ଜଣଙ୍କ ଉପରେ କେବେ ବି କରନ୍ତୁ ନାହିଁ ବିଶ୍ୱାସ, ସଙ୍କଟରେ ପଡିପାରେ ପ୍ରାଣ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଚାଣକ୍ୟ ଆଜି ଏମିତି କିଛି ବ୍ୟକ୍ତିଙ୍କ ସମ୍ପର୍କରେ କହିଛନ୍ତି ଯାହାଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ | ଚାଣକ୍ୟ କହିଛନ୍ତି ଯେ ଯଦି ଏମାନଙ୍କ ଉପରେ ବିଶ୍ବସ କରିବେ ତେବେ ଜୀବନ ସଙ୍କଟରେ ପଡିପାରେ | ଆସନ୍ତୁ ଜାଣିବା କିଏ ଏହି ଲୋକମାନେ |

ଶ୍ଳୋକ :

ନଦୀନାମ ଶସ୍ତ୍ର ପାଣିନାଂନଖିନାଂ ଶୃଂଗୀଣା ତଥା |
ବିଶ୍ୱାସ ନୈଵ କର୍ତ୍ତବ୍ୟ ସ୍ତ୍ରୀସୁ ରାଜକୁଳେସୁ ଚ ||

ଅର୍ଥ : ନଦୀ, ଯେଉଁ ଲୋକଙ୍କ ପାଖରେ ଅସ୍ତ୍ର ଥାଏ, ନଖ ଓ ଶିଂଘ ଥିବା ପଶୁ, ମହିଳା ଓ ରାଜ କର୍ମଚାରୀଙ୍କୁ କେବେ ବି ବିଶ୍ୱାସ କରିବା କଥା ନୁଁହେ | ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ ଏମିତି ଲୋକଙ୍କ ବିଷୟରେ କହିଛନ୍ତି, ଯାହାଙ୍କୁ କେବେ ବି ବିଶ୍ୱାସ କରିବା କଥା ନୁଁହେ |

କାରଣ ଯେପରି ନଦୀ ର ବେଗ ଓ ଗଭୀରତା ବିଷୟରେ ଜାଣିବା ସହଜ ନୁଁହେ , ସେପରି ନାରୀଙ୍କ ମନ କଥା ଜାଣିବା ମଧ୍ୟ ସହଜ ନୁହେ | ତେଣୁ ଏମାନଙ୍କ ଉପରେ ସହଜରେ ବିଶ୍ୱାସ କଲେ ପ୍ରାଣ ଯାଇପାରେ |

ସେହିପରି ନଖ ଓ ଶିଂଘ ଥିବା ପ୍ରାଣୀ ମଧ୍ୟ ଭଲରେ କେବେ କେବେ ଆକ୍ରମଣ କରି ଦେଇଥାନ୍ତି | ରାଜ କର୍ମଚାରୀ ବା ରାଜ ପରିବାର ଲୋକଙ୍କ ଉପରେ କେବେ ବି ବିଶ୍ୱାସ କରିବା କଥା ନୁହେ କାରଣ ଏମାନେ ନିଜର ହିତ ପାଇଁ କିଛି ବି କରି ପାରନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.