ଜନ୍ମମାଟି ଲାଇକିରାରେ ହେବ ହେମାନନ୍ଦ ବିଶ୍ୱାଳଙ୍କ ଶେଷ କୃତ୍ୟ, କାଲି ଭୁବନେଶ୍ବର ବାସଭବନରେ ଶେଷ ଦର୍ଶନ କରିବେ ବିଶିଷ୍ଟ ବ୍ୟକ୍ତି ବିଶେଷ

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶେଷ କୃତ୍ୟ ଆସନ୍ତା କଲି ତାଙ୍କ ଜନ୍ମମାଟି ଲାଇକିରା ହେବ। ପ୍ରଥମେ ସକାଳୁ ଭୁବନେଶ୍ୱର ସ୍ଥିତି ବାସଭବନକୁ ତାଙ୍କ ମର ଶରୀରକୁ ନିଆଯିବ ଓ ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ । ଏହାପରେ ଲାଇକିରାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ହେମାନନ୍ଦଙ୍କ ପୂର୍ବତନ ବ୍ୟକ୍ତିଗତ ରାଜନୈତିକ ସଚିବ ଅଶୋକ ପାଲଟାସିଂ ଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ତାଙ୍କ ନିଜ ଗାଁରେ ମର୍ଣ୍ଣିଂ ୱାର୍କ ସମୟରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ।
ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯିବାପରେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥାରେ ଉନ୍ନତି ଆସୁଥିବା ବେଳେ ହଠାତ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଜ୍ୱାଇଁ ଓ ଝିଅ ଉପସ୍ଥିତ ଥିଲେ । ଆଜି ହସ୍ପିଟାଲରେ ତାଙ୍କ ମରଶରୀର ରହିବା ନେଇ ସୂଚନା ମିଳିଛି ।