ଯାଜପୁର ବାଛଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣା: ପୋଖରୀରୁ ଉଦ୍ଧାର ହେଲା ସାମ୍ବାଦିକଙ୍କ ମୋବାଇଲ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ବିଂଝାରପୁର ବ୍ଳକ ବାଛଳ ପଂଚାୟତ ବାମଦେଵପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା। ଭୋଟ ବୁଥ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର ହେଲା ସାମ୍ବାଦିକଙ୍କ ମୋବାଇଲ । ଆଜି ବିଂଝାରପୁର ପୋଲିସ ଘଟଣାର ତଦନ୍ତ କରିବା ବେଳେ ପୋଖରୀରୁ ଏହି ମୋବାଇଲକୁ ଜବତ କରିଛି।
ମୋବାଇଲରେ କଏଦ ହୋଇଛି ଭୋଟ ବାକ୍ସ ଫିଙ୍ଗା ଯାଉଥିବାର ଭିଡିଓ। ଗତ ୨୦ ତାରିଖ ଦିନ ଏହି ବୁଥର ଭୋଟ ବାକ୍ସକୁ ନେଇ ସେହି ପୋଖରୀରେ ଫିଙ୍ଗା ଯାଉଥିବା ବେଳେ ସାମ୍ବାଦିକ ମାନେ ପହଞ୍ଚି ଭିଡିଓ କରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ସାମ୍ବାଦିକ ଗୁଲସାହାନୱାଜ ଅଲି ଖାଁଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କର ଦୁଇଟି ମୋବାଇଲକୁ ଲୁଟି ନେଇଥିଲେ। ଏହି ଘଟଣାରେ ଆଜି ସୁଦ୍ଧା ମୋଟ ୧୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଅଛନ୍ତି।