Below header

ଚାଣକ୍ୟ ନୀତି : ଏହି ୪ ଜଣଙ୍କ ସହ କେବେ ବି କରନ୍ତୁ ନାହିଁ ବିବାଦ, ସାଙ୍ଘାତିକ ଭାବେ ପସ୍ତାଇବେ

ଚାଣକ୍ୟଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହାର ପ୍ରାସଙ୍ଗିକତା ଏବେ ବି ରହିଛି |

ଚାଣକ୍ୟ ନୀତିରେ କୁହାଯାଇଛି ଯଦି ଆପଣ ଜୀବନରେ କଷ୍ଟ ଓ ପଶ୍ଚତାପରୁ ବଂଚିବାକୁ ଚାହୁଁଛନ୍ତି ତେବେ କିଛି ଲୋକଙ୍କ ସହ କେବେ ବି ବିବାଦ କରନ୍ତୁ ନାହିଁ | ଏହି ଲୋକଙ୍କ ସହ ବିବାଦ କରିବା ବହୁତ ଭାରି ପଡିଥାଏ |

ଏହି ଲୋକଙ୍କ ସହ କରନ୍ତୁ ନାହିଁ ବିବାଦ :

ମୂର୍ଖ ବ୍ୟକ୍ତି : ଚାଣକ୍ୟ କୁହନ୍ତି ଯେ କେବେ ବି ମୂର୍ଖ ବ୍ୟକ୍ତିଙ୍କ ସହ ବିବାଦ କରନ୍ତୁ ନାହିଁ | ଏହାଦ୍ୱାରା ନା କେବଳ ଆପଣ ଆପଣଙ୍କ ସମୟ ବର୍ବାଦ କରିବେ ବରଂ ଆପଣଙ୍କ କଥାର ଭୁଲ ଅର୍ଥ ବାହାର କରି ଆପଣଙ୍କ ଛବି ଖରାପ କରିବେ | ଭଲ ହେବ ମୂର୍ଖ ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବା |

ବନ୍ଧୁ : ଭଲ ଓ ପ୍ରକୃତ ବନ୍ଧୁ ସବୁ ସୁଖ ଦୁଃଖର ସାଥି ହୋଇଥାନ୍ତି | ଯଦି ତାଙ୍କ ସହ ବିବାଦ କରନ୍ତି ତେବେ ଜୀବନରେ ସବୁଠୁ ଜଣେ ଭଲ ଓ ଭରସା ଵାଲା ବନ୍ଧୁ ହରାଇବେ | ଏହା ଛଡା ଯଦି ବନ୍ଧୁର ମନ ବଦଳିଗଲା ତେବେ ସେ ଆପଣଙ୍କ କେତକ ଗୁପ୍ତ କଥା ଅନ୍ୟ ଆଗରେ କହି ଆପଣଙ୍କୁ ବଦନାମ କରିପାରନ୍ତି |

ବନ୍ଧୁ-ବାନ୍ଧବ : ଆପଣଙ୍କ ମା’ -ବାପା, ଭାଇ-ଭଉଣୀ, ପତ୍ନୀ-ପିଲାମାନଙ୍କ ସହ କେବେ ବି ଏମିତି ବିବାଦ କରନ୍ତୁ ନାହିଁ ଯେପରି ସମ୍ପର୍କ ବିଗିଡି ନଯାଏ | ଏମିତି ଭୁଲ ଆପଣଙ୍କୁ ଜୀବନ ଭରି ଦୁଃଖ ଦେବ |

ଗୁରୁ : ଜୀବନରେ ଗୁରୁଙ୍କ ଭୂମିକା ବହୁତ ବଡ | ବହୁ ସୁଖୀ ଓ ସରଳ ଜୀବନ ଯାପନ ପାଇଁ ମାର୍ଗ ଦର୍ଶନ ଦେଇଥାଏ | ସଂଘର୍ଷର ସାମ୍ନା କରିବାକୁ ବୁଦ୍ଧି ବତାନ୍ତି | ଆପଣଙ୍କୁ ଜ୍ଞାନ ଦେଇଥାନ୍ତି | ତେଣୁ ଗୁରୁଙ୍କୁ ସହ କେବେ ବି ବିବାଦ କରନ୍ତୁ ନାହିଁ | ନହେଲେ ଗୁରୁଙ୍କ ଅଭିଶାପ ପଡିପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.