Below header

ଚାଣକ୍ୟ ନୀତି : କଷ୍ଟରେ ଜୀବନ ବିତାନ୍ତି ଏହି ଲୋକ, ସବୁଠୁ ଅଧିକ ଦୁଃଖ ମିଳିଥାଏ ଏହି କାମରୁ

ନୀତି ଶାସ୍ତ୍ରରେ ଚାଣକ୍ୟ ଏମିତି କଥା କହିଛନ୍ତି ଯାହା ଶୁଣିବାକୁ ଟିକେ କଡା ଲାଗିଥାଏ, ହେଲେ ଏହାକୁ ପାଳନ କଲେ ବ୍ୟକ୍ତି ଖୁସିର ଜୀବନ କାଟିଥାନ୍ତି | ମନୁଷ୍ୟ କେତେବେଳେ ସବୁଠୁ ଅଧିକ କଷ୍ଟରେ ଥାଏ | ସେ ସମ୍ପର୍କରେ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି |

ଶ୍ଳୋକ :

କଷ୍ଟଂ ଚ ଖଳୁ ମୂର୍ଖତ୍ବଂ  କଷ୍ଟଂ ଚ ଖଳୁ ଯୌବନମ୍ |
କଷ୍ଟାତ୍କଷ୍ଟତରଂ ଚୈବ ପରଗୃହେନିବାସନମ୍   ||

ଅର୍ଥ : ଏହି ଶ୍ଲୋକର ଅର୍ଥ ହେଲା ମୁର୍ଖତା କଷ୍ଟ,ଯୌବନ ବି କଷ୍ଟ , ହେଲେ ଅନ୍ୟର ଘରେ ରହିବା ସବୁଠୁ ବଡ କଷ୍ଟ |

ମୁର୍ଖତା – ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମଣିଷ ଚାହିଁଲେ ସହଜରେ ଖୁସି ପାଇ ପାରିବ |କିନ୍ତୁ ଯେଉଁ ଲୋକ ମୂର୍ଖ ହୋଇଥାଏ ସେ ଭଲ ଏବଂ ଖରାପର ଫରକ ଭୁଲି ଯାଇଥାଏ |ଏହାଦ୍ୱାରା ତାକୁ ସର୍ବଦା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |

ଯୌବନ – ଚାଣକ୍ୟ କହନ୍ତି ଯୌବନରେ ମଧ୍ୟ ମଣିଷ ବହୁତ ଦୁଖୀ ରହିଥାଏ |ଏ ଏକ ଏମିତି ବୟସ ଯେଉଁ ସମୟରେ ମଣିଷ ଭିତରେ ହଜାରେ ଇଛା ସୃଷ୍ଟି ହୋଇଥାଏ |ସେଥିରୁ କିଛି ଇଛା ପୁର୍ଣ ହୋଇଥାଏ |ଏହି ଅବସ୍ଥାରେ ମଣିଷ ଏତେ ଯୋଶୀଲା ହୋଯାଇଏ କି ସେ ଅଳପ କିଛି ପାଇଥିଲେ ବି ନିଜ ଅହଂକାରରେ ସମସ୍ତ ଜିନିଷକୁ ଭୁଲି ଯାଇଥାଏ |ଯେଉଁଥି ପାଇଁ ତାକୁ ଭବିଷ୍ୟତରେ କଷ୍ଟର ସାମନା କରିବାକୁ ପଡିଥାଏ |

ଅନ୍ୟ ବ୍ୟକ୍ତିର ଘରେ ରହିବା – ଚାଣକ୍ୟଙ୍କ ଅନୁସାରେ ମୁର୍ଖତା ଏବଂ ଯୌବନ ଠାରୁ ମଧ୍ୟ ଅଧିକ କଷ୍ଟକର ,ଅନ୍ୟ ବ୍ୟକ୍ତିର ଘରେ ରହିବା | ବ୍ୟକ୍ତି ଯେତେବେଳେ ଅନ୍ୟର ଘରେ ରହିଥାଏ ସେତେବେଳେ ସେ ତାଙ୍କ ଉପରେ ଆଶ୍ରିତ ଥାଏ | ଫଳରେ ତାଙ୍କର ସ୍ଵାତନ୍ତ୍ରଟା ପୁରାପୁରି ଶେଷ ହୋଇଯାଇଥାଏ | ଯାହାକି ବ୍ୟକ୍ତି ପାଇଁ ବହୁତ କଷ୍ଟକର ହୋଇଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.