ଚାଣକ୍ୟ ନୀତି : ଭୁଲରେ ବି କାହାକୁ କୁହନ୍ତୁ ନାହିଁ ଏହି ୬ କଥା, ନଚେତ ପଡିବେ ଅସୁବିଧାରେ

ଏମିତି ଏକ ନୀତିରେ ଚାଣକ୍ୟ କହିଛନ୍ତି ଯେ କେଉଁ ୬ କଥା ମନୁଷ୍ୟକୁ ଗୁପ୍ତ ରଖିବା କଥା । ଯଦି ଏହି କଥା ସର୍ବସାଧାରଣରେ ଜଣାପଡେ ତେବେ କେବଳ ବ୍ୟକ୍ତିର ମାନ ସମ୍ମାନ ହାନି େ ହାଇନଥାଏ, ଜୀବନର ସବୁ ଜାଗାରେ ଅପମାନ ସହିବାକୁ ପଡିବ ।  ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ କିଛି କଥାକୁ ଗୋପନୀୟ ରଖିବା ଜରୁରୀ । ଚାଣକ୍ୟଙ୍କ ମତରେ ବିଦ୍ୱାନ ବ୍ୟକ୍ତି ସର୍ବଦା କିଛି କଥାକୁ ଗୋପନୀୟ ରଖିବା ଉଚିତ୍‌ । ନଚେତ୍‌ ଲୋକେ ଏହାର ଫାଇଦା ଉଠାଇ ପାରନ୍ତି । ଆସନ୍ତୁ ଜାଣିବା କ’ଣ ସେହି କଥା ।

ସିଦ୍ଧ ଔଷଧ : ଚାଣକ୍ୟଙ୍କ ମତରେ କିଛି ଔଷଧ ବ୍ୟକ୍ତି ଦ୍ୱାରା ସିଦ୍ଧ ହୋଇଥାଏ । ଲୋକେ ଏହାକୁ ଅନ୍ୟର କାମରେ ଲଗାଇ ଭଲ କରିଥାନ୍ତି । ହେଲେ ଏହା ସମ୍ପର୍କରେ କାହାକୁ କହି ନଥାନ୍ତି । ଯଦି ଏହି ଔଷଧ ବିଷୟରେ ଅନ୍ୟ କେହି ଜାଣିଯାଏ ,ତେବେ ସେ ତାହାର ଫାଇଦା ନେଇଥାଏ ।

ଧର୍ମ : ନିଜର ଧର୍ମ ବା କର୍ତ୍ତବ୍ୟ ସମ୍ପର୍କରେ ଲୋକେ କାହାକୁ କହିବା କଥା ନୁହେଁ । କେବଳ ଏହାର ପାଳନ କରି ଚାଲିବା ଉଚିତ୍‌ ।

ଘରର ଦୁର୍ବଳତା : ନିଜ ଘରର ଦୁର୍ବଳତା ସମ୍ପର୍କରେ ବାହାରେ କହିବା ଦ୍ୱାରା ନିଜର ହିଁ ବଦନାମୀ ହୋଇଥାଏ । ତେଣୁ ଏହାକୁ ବାହାରେ କହିବା ମୂର୍ଖତା ଅଟେ ।

ସଂଭୋଗ : ଚାଣକ୍ୟଙ୍କ ମତରେ ସଂଭୋଗ ସମ୍ପର୍କରେ କାହାକୁ କହିବା ଅଶ୍ଳିଳତା ଓ ଅସଭ୍ୟ ଅଟେ । ଏହି କାମ ଏକାନ୍ତରେ ଓ ଗୁପ୍ତ ଭାବେ କରିବା ଉଚିତ୍‌ ।

ଖରାପ ଭୋଜନ : ଯଦି ଭୁଲରେ କିଛି ଏମିତି ଭୋଜନ କରିଦେଇଥାଅ,ଯାହାକୁ ଧର୍ମ ବା ସମାଜ ସ୍ୱୀକୃତି ଦେଇନଥାଏ । ତେବେ ଏ ସମ୍ପର୍କରେ କାହାକୁ କହିବା କଥା ନୁହେଁ ।

ଶୁଣିଥିବା ଖରାପ କଥା : ଯଦି କେହି ଆପଣଙ୍କୁ କିଛି କଥା କହିଥାନ୍ତି,କିମ୍ବା ଯଦି ଆପଣ କିଛି ଖରାପ କଥା ଶୁଣନ୍ତି, ତେବେ ଏହି କଥାକୁ ହଜମ କରିଦେବା ଦରକାର । କାହା ଆଗରେ ଏହା କହିବା ଅନୁଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.