ଚାଣକ୍ୟ ନୀତି : ଏହି ୩ ଗୁଣ ଚମକାଇପାରେ ଆପଣଙ୍କ ଭାଗ୍ୟ, ଠିକ ଭାବେ କଲେ ମିଳିବ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ବ୍ୟକ୍ତି ନିଜର ଗୁଣ ଦ୍ୱାରା କୁଶଳୀ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ କିଛି ଗୁଣ ଓ କିଛି ଅବଗୁଣ ରହିଥାଏ । ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ ଯେ ସେ ତାର କେଉଁ ଗୁଣ କେଉଁ ସମୟରେ ବ୍ୟବହାର କରିବ । ତାହା ଦ୍ୱାରା ତାର ଉନ୍ନତିର ରାସ୍ତା ଖୋଲିଥାଏ ଓ ଜୀବନରେ ଖୁସୀ ଆସିଥାଏ । ଆଚାର୍ଯ୍ୟ ଚାଣକ୍ୟ ବି କିଛି ଗୁଣ ବିଷୟରେ କହିଛନ୍ତି ଯାହା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରହିଛି ଓ ତାର ଯଦି ଠିକ ବ୍ୟବହାର କରାଯାଏ, ବ୍ୟକ୍ତିଙ୍କ ବନ୍ଦ ହୋଇଥିବା ଭାଗ୍ୟ ଖୋଲିପାରେ । ଆସନ୍ତୁ ଜାଣିବା କ’ଣ ସେହି ଗୁଣ ।

ବାଣୀ :

ବାଣୀ ବା କଥା ଦ୍ୱାରା ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ । କିଏ ଯେତେ ଧନବାନ ହେଉନ୍ତୁ ନା କାହିଁକି,ଯଦି ବାଣୀରେ ମଧୁରତା ନଥାଏ,ତାଙ୍କୁ କେହି ପସନ୍ଦ କରିନଥାନ୍ତି । ବାଣୀ ଉପରେ ସଂଯମ ରଖିବା ଉଚିତ୍‌ । ଉଚିତ୍‌ ଓ ଅନୁଚିତ୍‌ ଜ୍ଞାନ ଦେଖି କଥା ହେବା ଉଚିତ୍‌ । କାରଣ ବାଣୀରେ ଅମୃତ ବି ରହିଛି ଓ ବିଷ ବି ରହିଛି । ଭାଷା ଯେମିତି ହେବ ବିକାଶ ସେପରି ହେବ ।

ଧୈର୍ଯ୍ୟ :

ଜୀବନରେ ପରିସ୍ଥିତି ସର୍ବଦା ଏକ ଭଳି ହୋଇ ନଥାଏ । ଆଜି ଭଲ ସମୟ ଅଛି ତ କାଲି ଖରାପ ସମୟ ଆସିପାରେ । ଏମିତିର ଧୈର୍ଯ୍ୟ ରଖିବା ଜରୁରୀ । ଖରାପ ସମୟରେ ଧୈର୍ଯ୍ୟ ଦ୍ୱାରା ସକରାତ୍ମକ ଭାବନା ନିର୍ଣ୍ଣୟ ହୋଇଥାଏ । ଏହା ଏକ ପ୍ରାକୃତିକ ଗୁଣ ଯାହାକୁ ଶିଖା ଯାଇନଥାଏ । ଲକ୍ଷ୍ୟ ପ୍ରାପ୍ତ ପାଇଁ ଧୈର୍ଯ୍ୟ ଜରୁରୀ ।

ନିଷ୍ପତି :

ଠିକ୍‌ ସମୟରେ ନିଆଯାଇଥିବା ଠିକ୍‌ ନିଷ୍ପତ୍ତି ଭବିଷ୍ୟତ ସୁଧାରି ଦେଇଥାଏ । ଗୋଟିଏ ନିଷ୍ପତି ଜୀବନ ସଜାଡି ଦେଇଥାଏ ଓ ବିଗାଡି ବି ଦେଇଥାଏ । ତେଣୁ ନିଜର ହିତ କଥା ଚିନ୍ତା କରି ନିଷ୍ପତି ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.