ଚାଣକ୍ୟ ନୀତି : ପୁରୁଷଙ୍କ ଏହି ଆଦତକୁ ସର୍ବଦା ନଜର ରଖିଥାନ୍ତି ମହିଳା, ଯେଉଁଥିପାଇଁ କରିଥାନ୍ତି ପ୍ରଥମ ପସନ୍ଦ

ବ୍ୟକ୍ତିଙ୍କ ଚାଲି ଚଳଣ, ବ୍ୟବହାର ଓ ନୀତି ଗତିରୁ ବ୍ୟକ୍ତି ସମ୍ପର୍କରେ ଜଣାପଡିଥାଏ । ପ୍ରତ୍ୟେକ ସ୍ତ୍ରୀ ଚାହିଁଥାନ୍ତି ଯେ ତାଙ୍କ ଜୀବନସାଥୀ ଭଲ ଗୁଣରେ ପରିପୂର୍ଣ୍ଣ ହୋଇଥାନ୍ତୁ । କାରଣ ସାର ଜୀବନ ତାଙ୍କ ସହ ଜୀବନ ବିତାଇବାର ଅଛି । ଚାଣକ୍ୟଙ୍କ ଅନୁସାରେ ପୁରୁଷଙ୍କ କିଛି ଏପରି ଗୁଣ ଅଛି ଯାହା ତାଙ୍କୁ ସର୍ବଶ୍ରେଷ୍ଠ କରିଥାଏ । ଚାଣକ୍ୟ ଜଣେ ଭଲ ପୁରୁଷଙ୍କ ସମ୍ପର୍କରେ ଏମିତି ମତ ଦେଇଛନ୍ତି । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁସାରେ ଜଣେ ଶ୍ରେଷ୍ଠ ପୁରୁଷଙ୍କର କ’ଣ ଗୁଣ ହୋଇଥାଏ । ଏଥିସହିତ ତାଙ୍କର କେଉଁ ଆଦତକୁ ପସନ୍ଦ କରିଥାନ୍ତି ମହିଳା ।

ଚାଣକ୍ୟ କହିଛନ୍ତି ସମ୍ପର୍କରେ ସଚ୍ଚୋଟତା ରଖିଥିବା ବ୍ୟକ୍ତି ସବୁ ଜାଗାରେ ସମ୍ମାନ ପାଇଥାନ୍ତି । ଯେଉଁ ପୁରୁଷଙ୍କ ବ୍ୟବହାର ମହିଳାଙ୍କ ପ୍ରତି ନିର୍ମଳ, ସିଏ ନିଜର ପତ୍ନୀ ,ପ୍ରେମିକାଙ୍କୁ କେବେ ଠକି ପାରିବେ ନାହିଁ । ପୁରୁଷଙ୍କ ଏହି ଗୁଣ ମହିଳାଙ୍କୁ ଆକର୍ଷିତ କରିଥାଏ । ଏମିତି ପୁରୁଷ ନିଜ ସମ୍ପର୍କକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ କରିଥାନ୍ତି । ଏମାନେ କେବେ ମିଛର ସାହାରା ନେଇ ନଥାନ୍ତି ।

ବ୍ୟବହାର

ସଂସ୍କାର, ମଧୁର କଥା, ସଜ୍ଜନତା ଭଳି ଗୁଣ ମହିଳାମାନଙ୍କ ଠାରୁ ଆଶା କରାଯାଇଥାଏ । ଚାହିଁଥାନ୍ତି । ହେଲେ ଏହି ଗୁଣ ପୁରୁଷଙ୍କ ପାଖରେ ଥିଲେ ତାହା ସଚ୍ଚୋଟତାର ପରିଚୟ ଦେଇଥାଏ । ଏମିତି ପୁରୁଷ ମଧୂର ବାଣି ଦ୍ୱାରା ମହିଳାଙ୍କ ହୃଦୟ ଜିତି ନେଇଥାନ୍ତି । ଏହି ଗୁଣ ମହିଳାଙ୍କୁ ବହୁତ ପ୍ରଭାବିତ କରିଥାଏ ।

ଭଲ ଶ୍ରୋତା

ପ୍ରତ୍ୟେକ ମହିଳା ଚାହିଁଥାନ୍ତି ତାଙ୍କର ଜୀବନସାଥୀ ଛାଇ ପରି ତାଙ୍କ ସହ ଠିଆ ହୁଅନ୍ତୁ । ଭଲ ଶ୍ରୋତା ପରି ତାଙ୍କର କଥା ଶୁଣନ୍ତୁ । ତାଙ୍କ କଥା ଗ୍ରହଣ କରନ୍ତୁ ଓ ବିଚାର କରନ୍ତୁ । ଜଣେ ଭଲ ପୁରୁଷ ନିଜ ଭୁଲ୍‌ ପାଇଁ କ୍ଷମା ମାଗିବାରେ ପଛାନ୍ତି ନାହିଁ । ଯେଉଁ ପୁରୁଷ ମହିଳାଙ୍କ କଥାକୁ ଶାନ୍ତିର ସହ ଶୁଣିଥାନ୍ତି, ଏମିତି ପୁରୁଷ ମହିଳାଙ୍କୁ ପସନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.