ଡାକ୍ତରୀ ପାଠ ପଢିବେ ଚା’ ଦୋକାନୀଙ୍କ ପୁଅ,  ବିନା କୋଚିଂରେ ନିଟ୍ ପରୀକ୍ଷାରେ ରଖିଲେ ୭୦୦ ରୁ ୬୩୫ ନମ୍ବର

କନ୍ଧମାଳ(କେନ୍ୟୁଜ୍): ନିଷ୍ଠା ଓ କର୍ତ୍ତବ୍ୟ  ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ଯ ବି ସମ୍ଭବ ହୋଇପାରେ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ସୂରଜ କୁମାର ବେହେରା ବେହେରା ନାମକ ଏକ ଛାତ୍ର ପାଠ ପଢିବା ସହ ନିଜ ବାପାଙ୍କ ଚାହା ଦୋକାନରେ କାମ କରି ନିକଟରେ ପ୍ରକାଶ ପାଇଥିବା ନିଟ ପରୀକ୍ଷାରେ ବିନା କୋଚିଙ୍ଗ ଏବଂ ୟୁଟୁବରେ ପାଠ ପଢି ୭୦୦ ରୁ ୬୩୫ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଆର୍ଥିକ ଅନାଟନରେ ଗତି କରୁଥିବା ବାପା ଶିବ ଶଙ୍କର ବେହେରା ଅର୍ଥ ଅଭାବରୁ ପୁଅକୁ ମେଡିକାଲ କୋଚିଙ୍ଗ ପାଇଁ କୌଣସି କୋଚିଙ୍ଗ ଦେଇପାରିନଥିଲେ । କିନ୍ତୁ ପୁଅ ସୂରଜର ଇଚ୍ଛା ମେଡିକାଲ ପଢିବା ପାଇଁ। ଇଚ୍ଛାଶକ୍ତି ଆଗରେ ଯେ କୌଣସି ପ୍ରତିନବନ୍ଧକ ବାଧା ଦେଇପାରେନା ଏହା ପ୍ରମାଣିତ କରିପାରିଛନ୍ତି ସୂରଜ ।

ଚାହା ଦୋକାନରୁ ଆସି ଘରେ ୟୁଟୁବ ଦେଖି ପାଠ ପଢା ଆରମ୍ଭ କରିଥିଲେ ଏବଂ କୃତକାର୍ଯ୍ୟ ହୋଇନଥିଲେ। କଥାରେ ଅଛି ପରାଜୟ ହିଁ  ସଫଳତାର  ଦ୍ବାରଦେଶ, ସେଥିରେ ହତୋତ୍ସାହିତ ନହୋଇ ସେ ପୁଣି ନିଜକୁ ମେଡିକାଲ ପାଇଁ ପ୍ରସ୍ତୁତ କରିଥିଲେ ଏବଂ ଗତଥର ୭୦୦ ରୁ ୫୭୫ ମାର୍କ ଆଣିଥିଲେ ମଧ୍ୟ କୌଣସି କଲେଜରେ ସିଟ ନମିଳିବାରୁ ପୁଣି ସେ ୟୁଟୁବ ଦେଖି ପାଠ ପଢା ଆରମ୍ଭ କରିଥିଲେ  ଏବଂ ସେ ଚଳିତ ବର୍ଷ ମେଡିକାଲ ପରୀକ୍ଷାରେ ୭୦୦ ମାର୍କରୁ ୬୩୫ ମାର୍କ ରଖି ଉଦାହରଣ ସାଜିଛନ୍ତି ସୂରଜ । ବାପା ମା ପୁଅର ସଫଳତା ପାଇଁ ଭାରି ଖୁସି ଯେ ତାଙ୍କ ପୁଅ ଡାକ୍ତର ହେବ । ସୂରଜଙ୍କ ନିଷ୍ଠା ଓ ଏକାଗ୍ରତା ତାଙ୍କୁ ସଫଳତା ଆଣି ଦେଇଛି । ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.