ସର୍ବଦା ମା’ ଲକ୍ଷ୍ମୀଙ୍କ ରହିବ ଆଶିର୍ବାଦ, କରନ୍ତୁ ବାସ୍ତୁର ଏହି ଉପାୟ

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କର ଘର ପରିବାର ଉପରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ଜାରି ରହୁ । ହେଲେ କେବେ କେବେ ବହୁ ପରିଶ୍ରମ କରି ମଧ୍ୟ ହାତରେ ପଇସା ରହେ ନାହିଁ । ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି,ଯାହାର ପ୍ରୟୋଗ ଫଳରେ ଘରେ ସୁଖ ସମୃଦ୍ଧି ଜାରି ରହିବା ସହ ଧନ ଆକର୍ଷିତ ହେବ । ଆସନ୍ତୁ ଜାଣିବା ଏହାର ଉପାୟ ।

ଧନ ଆକର୍ଷିତ କରିବାର ଉପାୟ

ଶାସ୍ତ୍ର ଅନୁସାରେ ଶଙ୍ଖକୁ ବହୁତ ଶୁଭ ମନାଯାଇଥାଏ । ଆପଣଙ୍କ ଘରେ ପୂଜା ସ୍ଥାନରେ ଶଙ୍ଖ ରଖିବା ଦ୍ୱାରା ଘରେ ଅର୍ଥ ସମସ୍ୟା ଶେଷ ହୋଇଥାଏ ।

ଜୀବନରେ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ଫିଟିକିରି ଏକ ଖଣ୍ଡକୁ ଏକ ପାତ୍ରରେ ରଖି ଘରର ଏପରି ସ୍ଥାନରେ ରଖନ୍ତୁ ଯେଉଁଠି କାହାର ନଜର ପଡିବ ନାହିଁ । ବାସ୍ତୁ ଅନୁସାରେ ଏପରି କଲେ ଅର୍ଥ ସମସ୍ୟା ଦୂର ହୋଇଥାଏ ।

ସକାଳ ହେବା ମାତ୍ରେ ଘରର ଝରକା ଓ ଦ୍ୱାର ଖୋଲି ଦେବା ଜରୁରୀ । ବାସ୍ତୁ ଅନୁସାରେ ଏମିତି କରିବା ଦ୍ୱାରା ଘରକୁ ସକରାତ୍ମକ ଶକ୍ତି ଓ ଧନର ଆଗମନ ହେବ ।

ଘରେ ସୁଖ ସମୃଦ୍ଧି ବନାଇ ରଖିବା ପାଇଁ ପୂଜା ସ୍ଥଳରେ ଚାଉଳ କୁଢ଼ କରି ତା ଉପରେ ମା’ ଲକ୍ଷ୍ମୀଙ୍କୁ ସ୍ଥାପନ କରନ୍ତୁ । ଦୈନିକ ମା’ଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ଘରେ କେବେ ଧନ ଓ ଅନ୍ନର ଅଭାବ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.