Below header

ଚାଣକ୍ୟ ନୀତି : ପ୍ରତି ମନୁଷ୍ୟକୁ ଏହି ଦୁଇଟି କଥା ଜାଣିବା ନିହାତି ଦରକାର, ତେବେ ରହିବେ ଖୁସୀ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା ।

ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ ଏଠାରେ ବ୍ୟକ୍ତିର ଜ୍ଞାନ ଓ ଅନୁଭବ ବିଷୟରେ କହିଛନ୍ତି । ଯାହାକୁ ସବୁ ମନୁଷ୍ୟ ମାନିବା ନିହାତି ଜରୁରୀ । ତେବେ ଯାଇ ଜୀବନରେ ସୁଖୀ ହୋଇପାରିବେ ।

ଜ୍ଞାନ : ଚାଣକ୍ୟ ଏଠାରେ କହିଛନ୍ତି ଯେ ମନୁଷ୍ୟ ପାଇଁ ଜ୍ଞାନ ଅତି ଜରୁରୀ ହୋଇଥାଏ । ଏହା ବିନା ବାହାରକୁ ବାହାରିବା ପ୍ରତି ବ୍ୟକ୍ତିଙ୍କ ପାଇଁ କଠିନ ହୋଇଥାଏ । ବିନା ଜ୍ଞାନରେ ମନୁଷ୍ୟ ଅଜ୍ଞାନତାର ଏମିତି କୂଅରେ ରହିଥାଏ ଯେଉଁଠୁ ବାହାରିବା ମୁସ୍କିଲ । ଜ୍ଞାନ ବିନା ମନୁଷ୍ୟ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରି ନଥାଏ । କିମ୍ବା ସମାଜରେ ମୁଣ୍ଡ ଉଠାଇ ଚାଲିପାରିଥାଏ । ତେଣୁ କୌଣସି ବ୍ୟକ୍ତି ଙ୍କ ପାଇଁ ଜ୍ଞାନ କେତେ ଜରୁରୀ ତାହା ଅନୁମାନ ଲଗାଇ ପାରିବେ ।

ଅନୁଭବ : ଅନୁଭବ ବ୍ୟକ୍ତିକୁ ଜୀବନରେ ସବୁ ସତ୍ୟତାକୁ ଦେଖାଇଥାଏ । ମନୁଷ୍ୟ ଗୋଟିଏ ଜୀବନରେ କେତେ ପ୍ରକାର ସମ୍ପର୍କ ନିଭାଇଥାଏ । ଅର୍ଥାତ ସେ କିଛି ନା କିଛି ଡୋରରେ ବାନ୍ଧି ହୋଇଥାଏ । ଅର୍ଥାତ ଏହି ସମ୍ପର୍କ ଦ୍ୱାରା ସେ ନିଜ ଜୀବନକୁ ହସ ଖୁସୀରେ କାଟି ଦେଇଥାଏ । ଏହି ଜୀବନରେ ମଧ୍ୟ ମନୁଷ୍ୟକୁ ବହୁ ଉଠାଣୀ ଗଡାଣୀ ଦେଇ ଗତି କରିବାକୁ ପଡ଼ିଥାଏ । ଏହି ଉଠାଣୀ ଗଡ଼ାଣୀ ର ସ୍ୱାଦ ହିଁ ଜୀବନରେ ଅନୁଭବରୁ ମିଳିଥାଏ । ଫଳରେ ମନୁଷ୍ୟ ଅନୁଭବରୁ ହିଁ ଅନ୍ତରରୁ ଦୃଢ଼ ହୋଇଥାଏ । ଅନୁଭବ ହିଁ ଜୀବନର ବିଷୟରେ ବହୁତ କିଛି କହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.