ମାତ୍ର ୫ ଟଙ୍କା ଖର୍ଚ୍ଚ କରନ୍ତୁ , ମୋଦିଙ୍କୁ ସିଧାସଳଖ ସାକ୍ଷାତ କରନ୍ତୁ

କଣ ଆପଣ ପ୍ରଧାନମନ୍ତ୍ରୀ ମୋଦି ସାମ୍ନା ସାମ୍ନି ଭେଟିବାକୁ ଚାହୁଁଛନ୍ତି ? ଯଦି ଆପଣଙ୍କ ଉତ୍ତର ହଁ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ମାତ୍ର ୫ ଟଙ୍କା ଖର୍ଚ୍ଚ କରି ମୋଦିଙ୍କୁ ଦେଖା କରିପାରିବେ । ଏହି ଡୋନେସନ୍ ଦେବା ପରେ ଆପଣଙ୍କୁ ମିଳିବ ଏକ କଫି ମଗ୍ ଏବଂ ନମୋ ଟି ସର୍ଟ ।

କେମିତି ଦେବେ ଡୋନେସନ୍ :

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନରେନ୍ଦ୍ର ମୋଦି (ନମୋ) ଆପରେ ଯାଇ ବିଜେପିକୁ ଡୋନେସନ୍ ଦେବାକୁ ପଡିବ । ଏହି ଡୋନେସନ୍ ରାଶି ୫ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ଟଙ୍କା ରହିଛି । ଏଥିପାଇଁ ଆପରେ ଡୋନେସନ୍ କରିବାର ଫିଚର ଅଲଗା ଯୋଡାଯିବ ।
ଏହି ଆପରେ ପାର୍ଟି ଫଣ୍ଡକୁ ଡୋନେସନ୍ ଦେବା ପରେ ଏକ ରେଫରାଲ୍ କୋର୍ଡ ଜେନେରେଟ୍ ହେବ । ଏହି କୋର୍ଡକୁ ହ୍ବାଟ୍ସଆପ୍, ଇମେଲ୍ କିମ୍ବା ଏସଏମଏସ୍ ମାଧ୍ୟମରେ ୧୦୦ ଲୋକଙ୍କୁ ପଠାଇବାକୁ ପଡିବ । ଯଦି ସେହି ୧୦୦ ଲୋକ ଏହି ରେଫରାଲ୍ କୋର୍ଡକୁ ବ୍ୟବହାର କରି ଆପ୍ ମାଧ୍ୟମରେ ଡୋନେସନ୍ କରୁଛନ୍ତି ତେବେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବାକୁ ସୁଯୋଗ ମିଳିବ ।

କେମିତି ମିଳିବ ଟି ସର୍ଟ ଏବଂ କଫି ମଗ୍ :

ଯଦି ରେଫରାଲ୍ କୋର୍ଡକୁ ଅତି କମରେ ୧୦ ଜଣ ବ୍ୟବହାର କରି ଡୋନେସନ୍ ଦେଉଛନ୍ତି ତେବେ ଆପଣଙ୍କୁ ମାଗଣା ନମୋ ଟି ସର୍ଟ ଏବଂ କଫି ମଗ୍ ମିଳିବ ।

ପାର୍ଟି ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ଖୁବ୍ କମ୍ ଲୋକଙ୍କୁ ଦେଖା କରିପାରନ୍ତି । କିନ୍ତୁ ଏହି ନୂଆ ଉପାୟର ଲକ୍ଷ ହେଉଛି ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟତମ କରିବା । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ମୋଦି ସାକ୍ଷାତ କରିପାରନ୍ତୁ, ଏହା ହିଁ ଏହି ପଦକ୍ଷେପର ମୂଳ ଲକ୍ଷ ।

କେମିତି କରିବେ ନମୋ ଆପ୍ ଇନଷ୍ଟଲ୍ :

ଯଦି ଆପଣଙ୍କ ମୋବାଇଲରେ ନମୋ ଆପ୍ ନାହିଁ ତେବେ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍ କରିପାରିବେ । ଆପକୁ ଇନଷ୍ଟଲ୍ କରିବା ପରେ ରେଜିଷ୍ଟ୍ରସନ୍ କରିବାକୁ ପଡିବ । ଯାହା ପରେ ଏକ ୟୁଜର୍ ଆଇଡି ଏବଂ ପାସୱର୍ଡ ଜରିଆରେ ସହଜରେ ଲଗ ଇନ୍ କରି ଡୋନେସନ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆପଣଙ୍କର ସମସ୍ୟା ନେଇ ସିଧା ସଳଖ ଜଣାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.