Below header

ଚିନ୍ତା ବଢ଼ାଉଛି ବିଶ୍ୱ ତାପମାତ୍ରା : ମାନବ ସମାଜ ପ୍ରତି ହୋଇପାରେ ବଡ଼ ବିପଦ, ଏମିତି କହିଲେ ବେଜ୍ଞାନିକ

ବିଶ୍ୱର ତାପମାତ୍ରା ଯେପରି ଭାବେ ବଢ଼ିଚାଲିଛି ଆଗକୁ ଏହା ମାନବ ସମାଜ ପାଇଁ ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଖରାଦିନେ ଯଦି ଉତ୍ତାପ ଆମେ ସହିପାରୁନେ ଯଦି ଆଗାମୀ ଶତାବ୍ଦୀରେ ଏହା ୨.୫ ରୁ ୧୦ ଡିଗ୍ରୀ ବଢ଼େ ତାହାଲେ ଆମର ଅବସ୍ଥା କ’ଣ ହେବ ଥରେ ଚିନ୍ତା କରନ୍ତୁ । ଏମିତି ଆଶଙ୍କା କରିଛନ୍ତି ଆମେରିକା ଓ ଅନ୍ୟ ଦେଶର ବୈଜ୍ଞାନିକମାନେ ।

temperture

ପୃଥିବୀ ପୃଷ୍ଟରେ ଥିବା ବରଫ ତରଳିବା ସହ ସମୁଦ୍ର ଜଳ ପତ୍ତନ ବୃଦ୍ଧି ପାଇବ । ଫଳରେ କେତକ ଜନବସତି ଲୋପ ପାଇବାର ଆଶଙ୍କା ଦେଖା ଦେବ । ଖାଲି ସେତିକି ନୁହେଁ ଗ୍ରୀନ ହାଉସ୍‌ ଇଫେକ୍ଟ ଜୀବଜଗତ ଉପରେ ପ୍ରଭାବ ପକାଇବା ସହ କେତକ ପ୍ରାଣୀଜଗତ ପରିବର୍ତ୍ତିତ ହେବେ କିମ୍ବା ଲୋପ ପାଇଯିବେ ।

temperture.JPG-

ସବୁଠୁ ବଡ଼ ପ୍ରଭାବ ପଡ଼ିବ ଅଙ୍ଗରାକାମ୍ଳ ଓ ଅମ୍ଳଜାନ ପ୍ରକ୍ରିୟାରେ । ଏହି କାରଣରୁ ପୃଥିବୀର ବାୟୋଟେକ୍ନୋଲୋଜି ଅଙ୍ଗାରକାମ୍ଳ(କାର୍ବନଡାଇଅକ୍ସାଇଡ୍‌) ଗ୍ରହଣ କରିବାର କ୍ଷମତା ହରାଇବ । ଯଦି ବାୟୋଟେକ୍ନୋଲୋଜି ଅଙ୍ଗାରକାମ୍ଳ ଗ୍ରହଣ କ୍ଷମତା ହରାଏ, ତେବେ ବାୟୁମଣ୍ଡଳରେ ଅମ୍ଳଜାନ ସୃଷ୍ଟିରେ ମଧ୍ୟ ବାଧା ସୃଷ୍ଟି ହେବ ।

temperture

ଫଳରେ ମାନବ ଜୀବନରେ ବହୁତ ପ୍ରଭାବ ପକାଇବ । ଅଙ୍ଗାରକାମ୍ଳ ଉତ୍ସଗୁଡିକ ମଧ୍ୟ ରୁପାନ୍ତରିତ ହେବ । ଫଳରେ ତାପମାତ୍ରା ବଢ଼ିବା ସହ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଜମା କରିବାର କ୍ଷମତା ହ୍ରାସ ପାଇବ । ଫଳରେ ଜଳବାୟୁର ପରିବର୍ତ୍ତନ ପ୍ରଭାବ ହ୍ରାସ ପାଇବ । ଯାହାକି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଉଛି ।

ପ୍ରକାଶଯୋଗ୍ୟ ଯେ ୧୯୫୧ ରୁ ୧୯୮୦ ମଧ୍ୟରେ ଗ୍ଳୋବାଲ ଉତ୍ତାପରେ ଆନୁପାତିକ ବୃଦ୍ଧି ଘଟିଥିବାବେଳେ ୨୦ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୯ ଟି କେବଳ ୨୦୦୧ ମସିହା ପରେ ଦେଖାଯାଇଛି । ଯଦିଓ ୧୯୯୮ ମସିହା କେବଳ ବ୍ୟତିକ୍ରମ ରହିଛି । ୨୦୧୬ ମସିହା ସବୁଠୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.