ଆମେରିକା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ପୁରୀ ବେଳାଭୂମିରେ ବାଲୁକାକଳା ଜରିଆରେ ଶୁଭେଚ୍ଛା

ପୁରୀ (କେନ୍ୟୁଜ) : ଆସନ୍ତାକାଲି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ଶପଥ ଗ୍ରହଣ କରିବେ । ଏହି ଅବସରରେ ତାଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ବାଲୁକା ଚିତ୍ରକଳା ର୍ନିମାଣ କରିଛନ୍ତି । ଏହି ଚିତ୍ରକଳାରେ ଆମେରିକାର ଜାତୀୟ ପତକା ଓ ହ୍ଵାଇଟ ହାଉସକୁ ସ୍ଥାନ ଦେଇଛନ୍ତି । ସୁଦର୍ଶନଙ୍କ ବାଲୁକା ଚିତ୍ରକଳାର ଲମ୍ବ ୨୦ ଫୁଟ ଥିବାବେଳେ ଉଚ୍ଚତା ରହିଛି ୭ ଫୁଟ । ଏଥିପାଇଁ ସମୁଦାୟ ୧୪ ଟନ ବାଲି ବ୍ୟବହାର ହୋଇଛି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଜଣେ ଭାରତୀୟ ବଂଶୋବଭ ହୋଇଥିବାରୁ ଭାରତ ଆମେରିକା ମଧ୍ୟରେ ଭଲ ସଂପର୍କ ରହିବା ନେଇ ଆଶା ପ୍ରକାଶ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବାକୁ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.