ମା’ ଲକ୍ଷ୍ମୀ ଖୁବ୍‌ ଶୀଘ୍ର ଏହି ୫ ରାଶି ଉପରେ ବରଷିବେ କୃପା, ହେବ ଅଦ୍ଭୁତ ଧନ ଲାଭ

ବୈଦିକ ଜ୍ୟୋତିଷରେ ମୋଟ ୯ ଟି ଗ୍ରହ ଅଛନ୍ତି । ଏମାନଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଗ୍ରହ ହେଉଛନ୍ତି ଶୁକ୍ର । ଯାହର ପ୍ରତିନିଧିତ୍ୱ ମା’ ଲକ୍ଷ୍ମୀ କରିଥାନ୍ତି । ଶୁକ୍ର ଗ୍ରହ ଜାତକରେ ଶୁଭ ହେଲେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ । ସେହିପରି ଶୁକ୍ର ଗ୍ରହଙ୍କର ଅଶୁଭ ସ୍ଥିତି ହେଲେ ବହୁ ପ୍ରକାର ଅସୁବିଧା ସହିବାକୁ ପଡିଥାଏ । ୧୮ ଅକ୍ଟୋବରରେ ଶୁକ୍ର ରାଶି ପରିବର୍ତ୍ତନ କରି ତୁଳା ରାଶିରେ ଗୋଚର କରିବେ । ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ପରିବର୍ତ୍ତନ ରାଶି ଉପରେ କ’ଣ ପ୍ରଭାବ ପକାଇଥାଏ ।

ମିଥୁନ ରାଶି :

ଶୁକ୍ର ନିଜ ରାଶି ତୁଳାରେ ଗୋଚର କରୁଥିବାରୁ ମିଥୁନ ରାଶି ବାଲାଙ୍କୁ ଚାକିରିରେ ପ୍ରମୋଶନ ମିଳିବାର ଯୋଗ ରହିଛି । ଏଥିସହ ମାନ ସମ୍ମାନରେ ବୃଦ୍ଧି ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମା’ଙ୍କ କୃପାରୁ ଏହି ରାଶି ବାଲା ଗାଡି କିଣିବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।

କର୍କଟ ରାଶି :

ତୁଳାରେ ଶୁକ୍ରଙ୍କ ଏହି ଗୋଚର ଯୋଗୁ କର୍କଟ ରାଶି ଜାତକଙ୍କୁ ଚାକିରି ରେ ସୁଯୋଗ ମିଳିବ । ନିବେଶରେ ଲାଭ ମିଳବ । ଆର୍ଥିକ କଷ୍ଟ ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଶିକ୍ଷା ସହ ଜଡିତ ଲୋକେ ଲାଭବାନ ହେବେ ।

କନ୍ୟା ରାଶି :

ଶୁକ୍ର ଗ୍ରହ ଏହି ଗୋଚର ଯୋଗୁ ଆପଣଙ୍କ ଅଟକିଥିବା କାମ ପୁରା ହେବ । କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ମିଳିବ । କାର୍ଯ୍ୟରେ ସଫଳତା ଚାକିରି ଓ ବେପାରରେ ଉନ୍ନତି ହେବାର ସମ୍ଭାବନା ରହିଛି ।

ଧନୁ ରାଶି :

ଏହି ଗୋଚର ଆପଣଙ୍କ ପାଇଁ ବେଶ ଲାଭପ୍ରଦ ହେବ । ଚାକିରିରେ ଉନ୍ନତି ସହ ବ୍ୟବସାୟରେ ବୃଦ୍ଧି ହେବ । ଧନ ଲାଭ ହେବ । ଶିକ୍ଷା ସହ ଜଡିତ ଜାତକଙ୍କୁ ଅଧିକ ଲାଭ ମିଳିବ ।

ମକର ରାଶି :

ଏହି ଗୋଚର ଆପଣଙ୍କ ଆର୍ଥିକ କ୍ଷେତ୍ରରେ ମଜବୁତ ଆଣିବ ।। ନିବେଶରେ ଲାଭ ମିଳବ । ଆର୍ଥିକ କଷ୍ଟ ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଶିକ୍ଷା ସହ ଜଡିତ ଲୋକେ ଲାଭବାନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.