Below header

ଅଷ୍ଟ୍ରେଲିଆରେ କାଲି ଠାରୁ ବର୍ଷିବ ଖାଲି ଛକା ଚୌକା, ଆରମ୍ଭ ହେବ ଟି-୨୦ ବିଶ୍ୱ କପ୍‌

ଆସନ୍ତାକାଲି ଆରମ୍ଭ ହେଉଛି ଟି-୨୦ ବିଶ୍ୱ କପ୍‌ । ରବିବାରରେ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କୁ ଧୂଆଁଧାର ମନୋରଞ୍ଜନ ନେଇ ଆସୁଛି ଏହି ଟୁର୍ଣ୍ଣାମେଣ୍ଟ । ୨୦୦୭ରେ ଆରମ୍ଭ ହୋଇଥିବା ଏହି ବିଶ୍ୱ କପ୍‌ ଚଳିତ ବର୍ଷ ଅଷ୍ଟମ ବର୍ଷରେ ପହଞ୍ଚିଛି । ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ଏଥରର ଟୁର୍ଣ୍ଣାମେଣ୍ଟ କାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସେ ଧରି ଚାଲିବ । ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍‌ରେ ମୋଟ୍‌ ୪୫ଟି ମ୍ୟାଚ୍‌ ଖେଳାଯିବ । ମୋଟ୍‌ ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଆସନ୍ତାକାଲି ପ୍ରଥମ ମ୍ୟାଚ୍‌ ନାମ୍ବିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।

WINNERS

ଭାରତୀୟ ସମୟ ସକାଳ ୯.୩୦ରେ ଶ୍ରୀଲଙ୍କା ଓ ନାମ୍ବିଆ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେବ । ସେହିପରି ଅପରାହ୍ନ ଗୋଟାଏ ତିରିଶରୁ ଦ୍ୱିତୀୟ ମ୍ୟାଚ୍‌ ନେଦରଲାଣ୍ଡସ ଓ ଆରବ ଏମିରେଟ୍‌ସ ମଧ୍ୟରେ ଖେଳାଯିବ । ଆସନ୍ତା ୨୩ ତାରିଖ ଦିନ ସାଢ଼େ ଗୋଟାଏ ବେଳେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ।

ଗତ ବର୍ଷ ସାଉଦି ଆରବରେ ଆୟୋଜିତ ହୋଇଥିଲା । ୨୦୦୭ରେ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚାମ୍ପିଅନ୍‌ ହୋଇଥିଲା । ସେହିପରି ୨୦୦୯ ଓ ୨୦୧୦ରେ ଏହି ପ୍ରତିଯୋଗିତା ଲଗାତର ଦୁଇ ବର୍ଷ ଭାରତରେ ଆୟୋଜିତ ହୋଇଥିଲା ।

CAPTAIN

ପ୍ରଥମ ଥର ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜିତ ହେଉଛି । ଅଷ୍ଟ୍ରେଲିଆ ମଧ୍ୟ ଗତ ବର୍ଷ ପ୍ରଥମଥର ଚାମ୍ପିଅନ୍‌ ହୋଇଥିଲା । ଏଯାଏ ଅନୁଷ୍ଠିତ ୭ଟି ପ୍ରତିଯୋଗିତାରେ େଓ୍ଵଷ୍ଟଇଣ୍ଡିଜ୍‌ ସର୍ବାଧିକ ଦୁଇଥର ୨୦୧୨ ଓ ୨୦୧୬ରେ ଟାଇଟଲ୍‌ ହାସଲ କରିଛି । ୨୦୦୭ରେ ଭାରତ ପରେ ୨୦୦୯ରେ ପାକିସ୍ତାନ, ୨୦୧୦ରେ ଇଂଲଣ୍ଡ, ୨୦୧୪ରେ ଶ୍ରୀଲଙ୍କା ଚାମ୍ପିଅନ୍‌ ହୋଇଥିଲେ ।

ଜାଣନ୍ତୁ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍‌

ଚଳିତ ଟି-୨୦ ବିଶ୍ୱକପ୍‌ର ଫର୍ମାଟ୍‌ କଣ ଆସନ୍ତୁ ଜାଣିବା । ଏଥରର ଟୁର୍ଣ୍ଣାମେଣ୍ଟ ତିନିଟି ପର୍ଯ୍ୟାୟରେ ଖେଳାଯିବ । ପ୍ରଥମ ରାଉଣ୍ଡରେ ୮ଟି ଟିମ୍‌ ରାଉଣ୍ଡରବିନ ଭିତ୍ତିରେ ପରସ୍ପରକୁ ଭେଟିବେ । ଏହାକୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ କହିଲେ ଭୁଲ ହେବ ନାହିଁ । ସେଥିରୁ ୪ଟି ଟିମ୍‌ ସୁପର-୧୨ ରାଉଣ୍ଡକୁ ଯିବେ । ଅକଟୋବର ୨୨ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସୁପର-୧୨ ରାଉଣ୍ଡ ମ୍ୟାଚ୍‌ ଖେଳାଯିବ । ଏଥିରେ ମୋଟ୍‌ ୩୦ଟି ମ୍ୟାଚ ରହିଛି । ଏଥିରୁ ୪ଟି ଟିମ୍‌ ସେମିଫାଇନାଲ୍‌କୁ ଯିବେ । ପ୍ରଥମ ସେମିଫାଇନାଲ୍‌ ନଭେମ୍ବର ୯ ଏବଂ ଦ୍ୱିତୀୟ ସେମିଫାଇନାଲ୍‌ ନଭେମ୍ବର ୧୦ ତାରିଖରେ ଖେଳାଯିବ । ଫାଇନାଲ୍‌ ମ୍ୟାଚ୍‌ ହେବ ନଭେମ୍ବର ୧୩ ତାରିଖରେ ।

FIXTURE-1

FIXTURE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.