ଚୁଇଙ୍ଗ ଗମ୍‌ ବଢ଼ାଉଛି ଭୟଙ୍କର ପ୍ରଦୂଷଣ, ସଉକରେ ଚୋବାଉ ଥିବା ପଦାର୍ଥ ପୃଥିବୀକୁ କରୁଛି ନଷ୍ଟ

ଚୁଇମ ଗମ ଚୋବାଇବା ଏକ ପ୍ରକାର ସୌକ୍‌ । ନିଜର ପ୍ରିୟ କଳାକାର ବା ଖେଳାଳୀଙ୍କ ଠାରୁ ଅନୁପ୍ରାଣିତ ହୋଇ ଲୋକେ ଚୁଇଙ୍ଗ ଗମ ଚୋବାଇ ଥାନ୍ତି । ହେଲେ ଜାଣନ୍ତି କି ଏହା ପରିବେଶ ପାଇଁ କେତେ ମାରାତ୍ମକ । ଏହାକୁ ଖାଇବା ପରେ ଅବଶିଷ୍ଟାଂଶ ଫିଙ୍ଗି ଦେଇଥାନ୍ତି, ଯାହାକି ଶହ ଶହ ବର୍ଷ ଧରି ମାଟିରେ ମିଶି ନଥାଏ ।

ଚୁଇମ ଗମ ଚୋବାଇବା ଏକ ପ୍ରକାର ସୌକ୍‌ । ନିଜର ପ୍ରିୟ କଳାକାର ବା ଖେଳାଳୀଙ୍କ ଠାରୁ ଅନୁପ୍ରାଣିତ ହୋଇ ଲୋକେ ଚୁଇଙ୍ଗ ଗମ ଚୋବାଇ ଥାନ୍ତି । ହେଲେ ଜାଣନ୍ତି କି ଏହା ପରିବେଶ ପାଇଁ କେତେ ମାରାତ୍ମକ । ଏହାକୁ ଖାଇବା ପରେ ଅବଶିଷ୍ଟାଂଶ ଫିଙ୍ଗି ଦେଇଥାନ୍ତି, ଯାହାକି ଶହ ଶହ ବର୍ଷ ଧରି ମାଟିରେ ମିଶି ନଥାଏ ।

ଏହା ଜୋତା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ସହାୟତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଇଥାଏ । ହେଲେ ଏହା ମାଟିରେ କେବେ ମିଶି ନଥାଏ । ସାରା ଦୁନିଆରେ ପ୍ରତି ବର୍ଷ ୧ ଲକ୍ଷ ଟନ୍‌ ଚୁଇମ ଗମ୍‌ ଖିଆଯାଇଥାଏ । ଏଥିରେ ଥିବା ଫ୍ଲେବର, ସିନ୍ଥେଟିକ,ପ୍ରିଜରଭେଟିଭ ସବୁ ଶେଷ ହେଉଥିଲେ ମଧ୍ୟ ସିନ୍ଥେଟିକ୍‌ ଶେଷ ହୋଇନଥାଏ । ଯାହାକି ପରିବେଶ ପାଇଁ ବହୁତ ଭୟଙ୍କର ହୋଇଥାଏ ।

ପ୍ରଥମ ଥର ପାଇଁ ବବଲ ଗମ୍‌ ୧୯୨୮ ମସିହାରେ ବଜାରକୁ ଆସିଥିଲା । ପ୍ରଥମ ଥର ପାଇଁ ଓ୍ଵାଲ୍ଟର ଡାୟମର ଗୋଟିଏ ଗୋଲାପୀ ରଂଗର ବବଲ ଗମ୍‌ ଲଂଚ କରିଥିଲେ । ଚୁଇମ ଗମ ଖାଇବା ପରେ ବଂଚୁଥିବା ପଦାର୍ଥକୁ ‘ଗମ୍‌ ପଲ୍ୟୁସନ’ କୁହାଯାଏ । ପ୍ରତି ବର୍ଷ କେବଳ ଚୁଇମ ଗମ ଯୋଗୁ ଶହ ଶହ ଟନର ପ୍ଲାଷ୍ଟିକ କଚରା ସୃଷ୍ଟି ହୋଇଥାଏ ।

ଏହା ମାଟିରେ ମିଶି ଯାଉ ନଥିବାରୁ ପରିବେଶ ପାଇଁ ମାରାତ୍ମକ ହୋଇଥାଏ । ଏହି ପଦାର୍ଥ ମାଟିରେ ମିଶୁ ନଥିବା ଯୋଗୁ ବହୁ ଦିନ ପଡି ରହିବା ସହ ଜଳ ସ୍ରୋତରେ ମିଶି ଜଳକୁ ପ୍ରଦୂଷଣ କରିଥାଏ । ଏହା ସହ ଜଳ ସ୍ରୋତରେ ଚୁଇମ ଗମର ପଲିମର ମାଛ ଦେହକୁ ମଧ୍ୟ ଯାଇଥାଏ, ଯାହାକି ମନୁଷ୍ୟ ପାଇଁ ହାନିକାରକ ହୋଇଥାଏ । ରାସ୍ତାରେ ପଡୁଥିବା ଚୁମଙ୍ଗ ଗମକ ପଶୁମାନେ ମଧ୍ୟ ଖାଇବା ଯୋଗୁ ଏହା ତାଙ୍କ ଶରୀରରେ କ୍ଷତି ପହଞ୍ଚାଇଥାଏ ।

ପରିବେଶ ପାଇଁ ସବୁଠୁ ମାରାତ୍ମକ ଯେ ଏହା ଶହ ଶହ ବର୍ଷ ଧରି ସେମିତି ମାଟିରେ ପଡି ରହିଥାଏ । ମାଟିରେ ନ ମିଶୁଥିବା ଯୋଗୁ ପରିବେଶ ପାଇଁ ଏହା ହାନିକାରକ ହୋଇଥାଏ । ଏକ ଆନୁମାନିକ ହିସାବ ଅନୁଯାୟୀ ପୃଥିବୀ ପୃଷ୍ଟରେ ଚୁଇଙ୍ଗ ଗମ ଯୋଗୁ ଅଢ଼େଇ ଲକ୍ଷ ଟନ କଚରା ସୃଷ୍ଟି ହୋଇଥାଏ । ଏବେ କିଛି କମ୍ପାନୀ ବାୟୋଡେଗ୍ରେଡବଲ ଚୁଇଙ୍ଗ ଗମ୍‌ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହ କାମ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.