Below header

ଛୁଟି ଦିନରେ ମୁମ୍ବାଇ ଫ୍ୟାନ୍‌ଙ୍କ ପଇସା ଅସୁଲ, କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇଲା ୫ ଓ୍ଵିକେଟ୍‌ରେ

ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଦେଇଛି ।

ମୁମ୍ବାଇ : ଆଜି ଛୁଟି ଦିନରେ ସ୍ଥାନୀୟ ଦର୍ଶକଙ୍କୁ ଖୁସ୍‌ କରି ଦେଇଛି ମୁମ୍ବାଇ ଇଣ୍ଡିଆନ୍‌ସ । ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଦେଇଛି । ଏହି ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜନ ତେନ୍ଦୁଲକର ଡେବ୍ୟୁ କରିଛନ୍ତି ।

ଆଜିର ଖେଳରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଦଳ ଭେଙ୍କଟେଶ ଆୟରଙ୍କ ୫୧ ବଲ୍‌ରେ ୧୦୪ ରନ୍‌ କରିବା ଯୋଗୁଁ ୬ ଓ୍ଵିକେଟ୍‌ରେ ୧୮୫ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍‌ସ ୧୭.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୮୬ ରନ୍‌ କରିଛି । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୨୦, ଇସାନ କିଶାନ ୫୮, ସୂର୍ଯ୍ୟ କୁମାର ଯାଦବ ୪୩, ତିଳକ ବର୍ମା ୩୦ ଏବଂ ଟିମ୍‌ ଡେଭିଡ୍‌ ଅପରାଜିତ ୨୪ ରନ୍‌ କରିଛନ୍ତି । ତେବେ ଜିତିବାକୁ ଆଉ ଗୋଟିଏ ରନ୍‌ ବାକି ଥିବା ବେଳେ ୧୮ ଓଭରର ଦ୍ୱିତୀୟ ବଲ୍‌ରେ ନେହଲ ଓ୍ଵାଧେରା ୬ ରନ୍‌ କରି ଆଉଟ୍‌ ହୋଇଥିଲେ । କାମେରୁନ୍‌ ଗ୍ରୀନ୍‌ ନୂଆ ବ୍ୟାଟର ଭାବେ ଆସି ଗୋଟିଏ ରନ୍‌ ନେଇ ମୁମ୍ବାଇକୁ ଜିତାଇଥିଲେ । ମୁମ୍ବାଇ ଇଣ୍ଡିଆନ୍‌ସର ଏହା ହେଉଛି ଲଗାତର ବିଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.