Below header

ମା’ ମମତାର ମୂଲ ବୁଝିପାରିଲା ସିମ୍ପାଞ୍ଜି, ନିଜେ କ୍ଷୀର ପାଇଁ ଦୌଡି ଆସି ବାଘ ଛୁଆକୁ ବୋତଲରେ ପିଆଇ ଦେଲା କ୍ଷୀର

ସବୁଠାରୁ ସୁନ୍ଦର ଶବ୍ଦ କ’ଣ ? ଆପଣଙ୍କ ପାଟିରୁ ମା’ ହିଁ ବାହାରିବ। ମା’ର ମମତାର କୌଣସି ମୂଲ ନାହିଁ। ନିଜ ଛୁଆ ପାଇଁ ମା’ ମନରେ ଭଲପାଇବା, ଚିନ୍ତା, ଶାସନ କରିବା ଇତ୍ୟାଦି ରହିଥାଏ। ଠିକ୍‌ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିଲେ ମା’ର ମମତା କଥା ଜାଣିପାରିବେ।

ଏହି ଭିଡିଓରେ ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇଦେଉଛି ସିମ୍ପାଞ୍ଜି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଞ୍ଜି ବୋତଲରେ କ୍ଷୀର ପିଆଇ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଏହି ଭିଡିଓକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି।

ଆଇଏଫଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓରେ କୌଣସି ଏକ ଚିଡିଆଖାନାରେ ବାଘ ଛୁଆ ଖେଳୁଥିବାର ଦେଖାଯାଇଛି। ଚିଡିଆଖାନା କର୍ମଚାରୀ ଏକ କ୍ଷୀର ବୋତଲ ଧରି ଆସିଥିଲେ। ଏହି ସମୟରେ ଏକ ସିମ୍ପାଞ୍ଜି ଦୌଡି ଦୌଡି ଆସି ପହଞ୍ଚୁଛି। ସେ ଭାବୁଛି ତା’ ପାଇଁ କ୍ଷୀର ଆସିଛି। କିନ୍ତୁ କର୍ମଚାରୀ ଜଣକ ଏହା ବାଘ ଛୁଆ ପାଇଁ ଆସିଛି ବୋଲି ଇଶାରାରେ କହିବାର ସିମ୍ପାଞ୍ଜି ବୋତଲ ଧରି ବାଘ ଛୁଆକୁ ପିଆଇଥିଲା। ଏହାପରେ ବାଘ ମୁଣ୍ଡରେ ଚୁମ୍ବନ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.