Below header

ଯାଜପୁର: ବଚସା ନେଲା ଭାଉଜର ଜୀବନ, ପିଟିପଟି ହତ୍ୟା କଲା ଦିଅର

ଯାଜପୁର ଟାଉନ: ଯାଜପୁର ଜିଲାରେ ପୁଣି ଘଟିଛି ଏକ ହତ୍ୟାକାଣ୍ଡ । ପୁଣି ଥରେ ନର ପିଶାଚ ପାଲଟି ଯାଇଛନ୍ତି ସମ୍ପର୍କୀୟ | ପାରିବାରିକ କଳହକୁ କେନ୍ଦ୍ର କରି ନିର୍ମମ ଭାବେ ଭାଉଜକୁ ପିଟି ପିଟି ହତ୍ୟା କରିଛି ଦିଅର । ଯାଜପୁର ଥାନା ମାର୍କଣ୍ଡପୁର ପଂଚାୟତ ମୋଗଳପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ , ମୃତକ ଜଣକ ହେଉଛନ୍ତି ଗାଁର ବାସିନ୍ଦା କୈଳାସ ଜେନାଙ୍କ ପତ୍ନି ମାତାଜୀ । ପାରିବାରିକ ହିଂସା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସକାଳେ କୈଳାସଙ୍କ ସାନ ଭାଈ ଭାସ୍କର ନିଜ ଭାଉଜଙ୍କ ସହିତ ଝଗଡା କରିଥିଲା ।

jajpur murder

ଝଗଡ଼ା ତ କମିଲା ନାହିଁ ବରଂ ଏଥିରେ ଉତକ୍ଷିପ୍ତ ହୋଇ ଭାଉଜ ମାତାଜୀଙ୍କୁ ପିଟି ପିଟି ହତ୍ୟା କରିଥିଲା । ପରେ ଘଟଣାସ୍ଥଳରୁ ପେଂରାର ହୋଇଯାଇଛି ଭାସ୍କର । ଘଟଣା ସଂପର୍କରେ ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ନେଇ ସୂଚନ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.