ତିରିଶ ହଜାର ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଚୀନ ଆପଣାଇଛି ଏହି ସ୍ୱତନ୍ତ୍ର ଉପାୟ, ଦୁନିଆର ପ୍ରଥମ ‘ହାଇସ୍ପିଡ ରେଲ ନଏଜ ବାରିଅର’

ସମଗ୍ର ବିଶ୍ୱରେ ନୂଆ ନୂଆ ଟେକନୋଲଜିର ଉଦ୍ଭାବନ ହୋଇଚାଲିଛି, କିନ୍ତୁ ଏହି ବିକାଶ ପଶୁପକ୍ଷୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏମିତିରେ ଅନେକ ଦେଶର ଜୀବଜନ୍ତୁଙ୍କୁ ଉପରେ ଏହାର ବହୁତ କୁପ୍ରଭାବ ପଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚୀନର ଗୁଆଙ୍ଗଦାଙ୍ଗେ ପ୍ରାନ୍ତରେ ଦୁନିଆର ପ୍ରଥମ ହାଇସ୍ପିଡ ରେଲ ନଏଜ ବାରିଅର ବନାଇଛି।

5

ସଂପୂର୍ଣ୍ଣ ବାରିଅରର ଲମ୍ବା ଦୁଇ କିଲୋମିଟର ରହିଛି। ଏହି ବାରିଅରକୁ ୩୫୫ କିଲୋମିଟର ଲମ୍ବା ଜିଆଙ୍ଗମେନ-ଝାଞ୍ଜିଆଙ୍ଗ ହାଇ ସ୍ପିଡ ରେଲେଓ୍ଵ ଟ୍ରାକ୍‌ ତିଆରି କରାଯାଇଛି। ଏହି ବାରିଅରକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ୩୦,୦୦୦ ପକ୍ଷୀକୁ ବଞ୍ଚାଇବାକୁ କରାଯାଇଛି। ଏଠାରେ ଏକ ଛୋଟ ଟାପୁ ମଧ୍ୟ ତିଆରି କରାଯାଇଛି, ସେଠାରେ ଏକ ବିଶାଳ ବର ଗଛ ରହିଛି, ଯେଉଁଠି ପକ୍ଷୀ ନିଜର ବସା ବାନ୍ଧି ରହିଛନ୍ତି।

4

ଯେତେବେଳେ ଏଠାରେ ଟ୍ରାକ୍‌ ନିର୍ମାଣ କରିବା ପାଇଁ ଯୋଜନା ଚାଲିଥିଲା, ସ୍ଥାନୀୟ ଲୋକ ଏହାକୁ ଘୋର ବିରୋଧ କରିଥିଲେ। ସେମାନଙ୍କ କହିବାନୁଯାୟୀ, ରେଳଗାଡି ଯିବା ବେଳେ ହେଉଥିବା ଶବ୍ଦ ପକ୍ଷୀମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ସେମାନଙ୍କ ପ୍ରତି ବିପଦ ଡାକି ଆଣିଥାଏ। ଏହି ବାରିଅରକୁ ତିଆରି କରିବା ପାଇଁ ତିନି ବର୍ଷ ଲାଗିଥିଲା ଏବଂ ଏହାକୁ ନିର୍ମାଣ କରିବା ପାଇଁ ୧୯୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।

ଏହାସହ ପଢ଼ନ୍ତୁ ; ହଠାତ୍‌ ହାଇୱେରେ ଥିବା ଡିଜିଟାଲ ହୋର୍ଡିଂରେ ଚାଲିଲା ଅଶ୍ଳୀଳ ଭିଡିଓ, ତା’ ପରେ ଘଟିଲା ଏପରି କିଛି

ମାତ୍ର ତିନି ବର୍ଷରେ ନିର୍ମାଣ ହୋଇଥିବା ଏହି ନଏଜ ବାରିଅରରେ୪୨୨୬୦ ନଏଜ ଆବଜରଭର ଲଗାଯାଇଛି। ଏହାକୁ ଏପରି ଡିଜାଇନରେ ପ୍ରସ୍ତୁତ କରାଯାଇଛି ଯେ ଯାହା ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ। ଏହା ୧୦୦ ବର୍ଷ ପାଇଁ ସୁରକ୍ଷିତ ହୋଇ ରହିପାରିବ। ଏହା ଉପରେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ପ୍ରଭାବ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.