ଆଜି ଚିତାଲାଗି ଅମାବାସ୍ୟା, ଜାଣନ୍ତୁ କଣ ରହିଛି ପରମ୍ପରା

ଚିତାଲାଗି ଅମାବାସ୍ୟା । ସବୁ ଓଡିଆ ଘର ପାଇଁ ଏହା ଏକ ଜଣାଶୁଣା ପରମ୍ପରା । ଆଉ ଚିତଉ ପିଠା ମଧ୍ୟ
ଏହି ପରମ୍ପରାକୁ ଆହୁରି ସମୃଦ୍ଧି କରିଛି । ଜଗନ୍ନାଥ ସସ୍କୃତି ସହ ନିବିଡ କରିଛି ପ୍ରତ୍ୟେକ ପରିବାରକୁ । କାରଣ ଶ୍ରୀ
ମନ୍ଦିରରେ ଏହି ଦିନ ତିନି ଠାକୁର ହିରା, ନୀଳା, ମୋତି, ମାଣିକ ଚିତା ପିନ୍ଧା ଯାଇଥାଏ । ଆଉ ଗାଁ ଗହଳି ଠୁ ଆରମ୍ଭ
କରି ସହର ପର୍ଯ୍ୟନ୍ତ ସବୁ ଓଡିଆ ଘରେ ହୁଏ ଚିତଉ ପିଠା । କୃଷି ଭିତିକ ଆମ ରାଜ୍ୟର ପରମ୍ପରା ମଧ୍ୟ ସେହିଭଳି ।
ଏହି ଚିତଉ ପିଠାକୁ ଚଷାଭାଇ କ୍ଷେତରେ ଗେଣ୍ଡାମାନଙ୍କୁ ଅର୍ପଣ କରି ଚାଷ କାମରେ ସେମାନଙ୍କ ସହଯୋଗ କମନା
କରିଥାଏ ।

chitaପରମ୍ପରାର ନାଁ ଚିତାଲାଗି । ଆଉ ପରମ୍ପରାର କେନ୍ଦ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଅମାବାସ୍ୟା ଦିନମହାପ୍ରଭୁଙ୍କ ନିକଟରେ ସୁବର୍ଣ୍ଣ ଚିତାଲାଗି କରାଯାଉଥିବାରୁ ଲୋକ ମୂଖରେ ଏହା ଚିତାଲାଗି ଅମାବାସ୍ୟା ନାମରେପରିଚିତ । ପୁରୀ ଜିଲ୍ଲା ପିିଲି ଅଂଚଳରେ ଚିତାଲାଗ ଦିନ ଚିତଉ ପିଠା ପ୍ରସ୍ତୁତି ଖୁବ୍ ନିଆରା ଢଙ୍ଗରେ କରାଯାଇଥାଏ। ଏଥିାଇଁ ପ୍ରଥମେ ଘରେ ଅରୁଆ ଚାଉଳକୁ ପରିସ୍କାର କରାଯାଇ ସେଥିରେ ନଡିଆ ମିଶାଇ ଶିଳରେ ବଟାଯାଇଥାଏ । ତାପରେ କାଠ ଚୁଲି ପଲମରେ ପ୍ରସ୍ତୁତ ହୁଏ ଚିତଉ ପିଠା । ପିଠାରେ ନଡିଆ ଗୁଡ ଏବଂ ଛେନାର ପୁର ମଧ୍ୟ ଦିଆଯାଇଥାଏ । ପିଠା ପ୍ରସ୍ତୁତ ହେବାପରେ ନିଆଯାଏ ଗାଁରେ ଥିବା ପୋଖରୀ ଏବଂ ନଦୀ କୂଳକୁ ।

chitalagiଫୁଲ ଚନ୍ଦନ ଘିଅ ଦୀପକୁ ନେଇ ବନ୍ଦାପନା ପୂର୍ବକ ପୂଜା କରାଯାଇଥାଏ ପିଠାକୁ । ଠାକୁରଙ୍କ ଉଦେ୍ଧଶ୍ୟରେ
ନୈବେଦ୍ୟ ଅର୍ପଣ କରାଯାଇଥାଏ । ପରେ କୃଷକର ବନ୍ଧୁ ଭାବରେ ପରିଚିତ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ପିଠାକୁ
ନଦୀ ତଥା ପୋଖରୀ କୂଳକୁ ଯାଇ ପାଣିରେ ପକାଯାଇଥାଏ । ଏହାପରେ ପୂଜା କରାଯାଇଥାଏ ମାଟି ମା’କୁ । ହୁଳହିଳି
ପକାଇ କ୍ଷେତର ଗୋଟିଏ କୋଣ ଭାଗରେ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ପିଠାକୁ ପୋତି ଦିଆଯାଇଥାଏ । ଭଲ
ଫସଲ ପାଇଁ ପ୍ରାର୍ଥନା କରାଯିବା ପରେ ପରିବାରର ସମସ୍ତେ ପ୍ରସାଦ ସେବନ କରିଥାନ୍ତି ।

ପିପିଲିରୁ ଦିବାକର ଷଡଙ୍ଗୀଙ୍କ ରିପୋର୍ଟ କେନ୍ଯୁଜ୍ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.