Below header

ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟାର ମହତ୍ବ !

ଆମ ଓଡିଶାର ସଂସ୍କୃତି ସାରାଭାରତ ବର୍ଷରେ ଲୋକାର୍ପିତ । ବାରମାସରେ ତେର ପର୍ବ ଏହା ହିଁ ହେଉଛି ଆମ ସଂସ୍କୃତି ଏବଂ ଆମ ପରମ୍ପରା ଯାହାକୁ ନେଇ ଆମେ ଓଡିଶା ବାସୀ ଗର୍ବିତ। ଆମ ଓଡିଶାରେ ଅନେକ ପର୍ବ ପାଳନ କରାଯାଏ ସେଥିମାନଙ୍କ ମଧ୍ୟରୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଏକ ଅନନ୍ଯ ପର୍ବ । ଏହି ପର୍ବ ଶ୍ରୀଜଗନ୍ନାଥଙ୍କର ନୀତିମାନଙ୍କ ମଧ୍ୟରୁ ଆଉ ଏକ ନୀତି । ଚିତାଲାଗି ଅମାବାସ୍ୟା ହେଉଛି ପୁରୀ ଜଗନ୍ନାଥ ମନ୍ଦିରର ଏକ ପ୍ରଧାନ ପର୍ବ ।

ଆଜିର ଦିନରେ, ବିଶ୍ବ ପ୍ରସିଦ୍ଧ ତୀର୍ଥସ୍ଥାନ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ସୁନାର ଚିତା ଲାଗି କରାଯାଇଥାଏ । ଏହି ବର୍ଷ ଚିତଉ ଅମାବାସ୍ୟା ଶନିବାରେ ପଡି ଥିବାରୁ ଶ୍ରୀ ମନ୍ଦିରରେ ଶନି ଅମାବାସ୍ୟା ମଧ୍ୟ ପାଳନ କରାଯାଉଛି । ଚିତଉ ପିଠା ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ପାଖରେ ଭୋଗ ଲଗାଯାଇଥାଏ ଏହା ସହିତ ଘରେଘରେ ମଧ୍ୟ ଓଡିଶା ବାସୀମାନେ ନିଜର ପୂଜା ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇ ଭୋଗ ଲଗାଇଥାନ୍ତି । ଓଡିଶାର ଗାଁ ମାନଙ୍କରେ ଏହି ଅମାବାସ୍ୟାକୁ କୃଷକମାନେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି ଏବଂ ଏହି ଚିତଉ ପିଠାକୁ ଚଷାଭାଇମାନେ ତାଙ୍କ କ୍ଷେତରେ ଗେଣ୍ଡାମାନଙ୍କୁ ଅର୍ପଣ କରି ତାଙ୍କଠାରୁ ସହଯୋଗ କାମନା କରିଥାନ୍ତି ।

ଉତ୍ତର ଭାରତରେ ଚିତାଲାଗି ଅମାବାସ୍ୟାକୁ ହରିୟାଲୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ଆନ୍ଦ୍ରାପ୍ରଦେଶରେ ଚୁକଳ ଅମାବାସ୍ୟା, ମହାରାଷ୍ଟ୍ରରେ ଗାତାରୀ ଅମାବାସ୍ୟା ଏବଂ କର୍ଣ୍ଣାଟକରେ ଭିମାନ ଅମାବାସ୍ୟା ବା ଦିୱାସି ଗୌରୀ ପୂଜା ନାମରେ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.