କାହିଁକି ରଣବୀରଙ୍କ ସହ କାମ କରିବାକୁ ମନା କଲେ ରଣବୀର ?

ମୁମ୍ବାଇ : ନିକଟରେ ମିଳିଥିବା ଖବର ଅନୁଯାୟୀ ରଣବୀର ସିଂଙ୍କ ସହ କାମ କରିବାକୁ ରାଜି ହେଲେନି ରଣବୀର କପୁର। ସୂଚନା ଅନୁଯାୟୀ , ଆଗକୁ ବଲିଉଡ଼ର ଏନରଜେଟିକ୍ ଅଭିନେତା ରଣବୀର ସିଂ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର। ତେବେ କରନ ଜୋହର ଫିଲ୍ମରେ ରଣବୀର କପୁର ଓ ରଣବୀର ସିଂଙ୍କୁ ଏକା ସାଙ୍ଗରେ କାଷ୍ଟ କରିବାକୁ ଚାହୁଁଥିଲେ। ଏଥିରେ ରଣବୀର ଓ ରଣବୀର ଦୁଇ ଭାଇ ଭୂମିକାରେ ନଜର ଆସିଥାନ୍ତେ।

ମାତ୍ର ଅଭିନେତା ରଣବୀର କପୁର , ରଣବୀର ସିଂଙ୍କ ନାଁ ଶୁଣୁ ଶୁଣୁ ଫିଲ୍ମକୁ ବାୟେ ବାୟେ କରିଦେଇଛନ୍ତି। ଦୁଇ ହିରୋ ଥିବା ଫିଲ୍ମରେ ରଣବୀର ଅଭିନୟ କରିବାକୁ ଚାହୁଁନଥିବା ଶୁଣିବାକୁ ମିଳୁଛି। ଏହାପରେ ନିର୍ଦ୍ଦେଶକ କରନ ଏହି ଅଫର ଜୁଡ଼ୱା ଅଭିନେତା ବରୁଣ ଧଓ୍ଵନଙ୍କୁ ଦେଇଛନ୍ତି। ଆଲିଆଙ୍କୁ ମଧ୍ୟ କରନ ଫିଲ୍ମରେ କାଷ୍ଟ କରିଥିବା ନେଇ ଖବର ରହିଛି। ଫିଲ୍ମରେ କରିନା ଓ ଆଲିଆ ଦୁଇ ଭଉଣୀ ଭୁମିକାରେ ନଜର ଆସିବେ। ତେବେ ଏହି ଫିଲ୍ମର ନାମ ବର୍ତ୍ତମାନ ପର୍ୟ୍ୟନ୍ତ ସ୍ଥିର ହୋଇ ନଥିବା ବେଳେ ଷ୍ଟାରକାଷ୍ଟ ନେଇ ଏବେଠୁ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.