Below header

ସନ୍ୟାସୀଙ୍କୁ ପ୍ରଶାସନ କରିବ ସହାୟତା

ଗଞ୍ଜାମ : ବଡ଼ପଡ଼ା ପଞ୍ଚାୟତ ସୋମନାଥପଲ୍ଲୀ ଗାଁର ଦିବ୍ୟାଙ୍ଗ ସନ୍ୟାସୀଙ୍କୁ ସହାୟତା କରିବ ପ୍ରଶାସନ । ଛତ୍ରପୁରସ୍ଥିତ ସ୍ୱତନ୍ତ୍ର ସ୍କୁଲ ହେବ ସନ୍ୟାସୀଙ୍କ ନୂଆ ଠିକଣା । ସନ୍ୟାସୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବ । ଭଞ୍ଜନଗର ଉପଜିଲ୍ଲାପାଳ ଏହି ପ୍ରତିଶୃତି ଦେଇଛନ୍ତି । ସନ୍ନ୍ୟାସୀ ଜନ୍ମରୁ ସଂପୂର୍ଣ୍ଣ ଭିନ୍ନକ୍ଷମ । ପିଲାଟି ବେଳୁ ବାପାଙ୍କୁ ହରାଇଥିଲେ । ଆଉ ୩ମାସ ହେବ ମାଆ ମଧ୍ୟ ଆଖି ବୁଜିଛନ୍ତି । ଏବେ ପଡ଼ୋଶୀ ବନ୍ଧୁ ଶିବରାମ ତାଙ୍କ ପାଇଁ ସାହାଭରସା ହୋଇଛନ୍ତି । ଏବେ ସନ୍ୟାସୀକୁ ପ୍ରଶାସନ ସହାୟତା ଖବର ଜଣାପଡିବା ପରେ ଅଞ୍ଚଳବାସୀ ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.