ଏହି ସ୍ବପ୍ନ ଦେଖୁଛନ୍ତି କି ? ତେବେ ସାବଧାନ, ହୋଇପାରେ ଆପଣଙ୍କ ସହ କିଛି ଖରାପ !

ମନୁଷ୍ୟ ଚାହୁଁ ବା ନଚାହୁଁ ଦୈନିକ ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କୁହାଯାଇଥାଏ ଆମେ ଦେଖିଥିବା ସ୍ବପ୍ନ ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ କିଛି ଘଟଣାକୁ ସୂଚାଇଥାଏ। ଏହା ଆମ ସହ ଘଟିଥିବା ବା ଘଟିବାକୁ ଥିବା ଘଟଣା ବିଷୟରେ ଆମକୁ ସୂଚାଇଥାଏ। ସ୍ବପ୍ନ ଜ୍ୟେତିଷ ଏବେ ବିସ୍ତାର ଭାବେ ସମସ୍ତ ସ୍ବପ୍ନ ବିଷୟରେ ଆମକୁ ଜଣାଇଛନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ବପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଆମକୁ ଭବିଷ୍ୟତରେ ହେବାକୁ ଥିବା ଖରାପ ଘଟଣା ବିଷୟରେ ସୂଚାଇଥାଏ।

ଯାତ୍ରା ସମୟର ସ୍ବପ୍ନ ଆସିଥିବା ବ୍ୟକ୍ତିଙ୍କ ସହିତ କିଛି ନା କିଛି ଖରାପ ହୋଇଥାଏ। ଏଥି ସହ କଟା ଶରୀରର ସ୍ବପ୍ନ ଦେଖିବା ମାତ୍ରେ ନିକଟରେ ଆପଣଙ୍କ ନିଜସ୍ବ ପରିଜନଙ୍କର ମୃତ୍ୟୁ ହେବାର ସମ୍ବାବନା ରହିଥାଏ।

ଯଦି କୌଣସି ମହିଳା ସ୍ବପ୍ନରେ ନିଜକୁ ଲଣ୍ଡା ଦେଖୁଛନ୍ତି ତେବେ ଆଗାମୀ ଜୀବନରେ ତାଙ୍କୁ ଅଭାବ ଅନଟନର ସାମ୍ନା କରିବାକୁ ପଡ଼ିଥାଏ। ଏଥିସହ ଯଦି କୌଣସି ବୈବସାୟୀ ସ୍ବପ୍ନରେ ନିଜକୁ ଦେବାଳିଆ ଦେଖୁଛନ୍ତି ତେବେ ବହୁ ଶୀଘ୍ର ତାଙ୍କ ବିଜନେସ୍ ଠପ୍ ହେବାକୁ ଯାଉଛି।

ସ୍ବପ୍ନରେ ପଛରେ ଷଣ୍ଢ ଦୌଡ଼ଉଥିବା ଦେଖଥିବେ ତେବେ ଆପଣଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତି ଘୋଟାଲାର ସ୍ବପ୍ନ ଦେଖିଛନ୍ତି ତେବେ ଆପଣଙ୍କର କୌଣସି ଦୁର୍ଘଟଣା ହେବାକୁ ଯାଉଛି।

କୌଣସି ବ୍ୟକ୍ତି ନିଜକୁ ର୍ନିବସ୍ତ୍ର ଦେଖିଲେ ସେ ପରବର୍ତ୍ତୀ ମୂହୂର୍ତ୍ତରେ ଅପମାନର ସମ୍ମୁଖିନ ହେବାର ସମ୍ବାବନା ରହିଥାଏ । ଏଥି ସହ ସ୍ବପ୍ନରେ ନିଜକୁ ହସିବା ବା କାନ୍ଦିବା ଦେଖିଲେ ଭବିଷ୍ୟତରେ ଆପଣ କିଛି ଆଇନଗତ ମାମଲାରେ ଫସିବାକୁ ଯାଉଥିବା ସୂଚାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.