ପୃଥିବୀ ନିକଟରେ ନଜର ଆସିଲା ଧୂମକେତୁ, ଅନ୍ତରୀକ୍ଷ ଯାତ୍ରୀ ବବ ବେହେନକନ ଟ୍ଵିଟରରେ ସେୟାର କଲେ ଫଟୋ

ଅର୍ନ୍ତରାଷ୍ଟ୍ରୀୟ ସ୍ପେସ ସେଣ୍ଟରର ଅନ୍ତରୀକ୍ଷ ଯାତ୍ରୀ ବବ ବେହେନକନ ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଧୂମକେତୁ Comet Neowise or C/2020 F3 ସଂପୂର୍ଣ୍ଣ ଭାବେ ଦେଖିବାକୁ ମିଳିଛି। ବବ ବେହେନକନ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଆପଣ ଧୂମକେତୁର ସୁନ୍ଦର ଆଲୋକ ଦେଖିପାରିବେ। ସେ ଏହି ଟ୍ଵିଟରେ କହିଛନ୍ତି, ଧୂମକେତୁକୁ ପୃଥ୍ଵୀ ନିକଟରେ ଚମକୁଥିବା ଦେଖିବାକୁ ମିଳିଛି।

ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୩୧ ହଜାରରୁ ଅଧିକ ଲାଇକ୍ସ ଏବଂ ୧୦୦ରୁ ଅଧିକ କମେଣ୍ଟ ମିଳିଛି। ଏଷ୍ଟ୍ରୋ ଫଟୋଗ୍ରାଫର କେରୀ ଏନ୍‌ ଲିକି ହେପବର୍ନ କହିଛନ୍ତି, କାନାଡା ଆକାଶରେ ଧୂମକେତୁ ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ଏମିତି ମାର୍ଚ୍ଚ ମାସରେ ଦେଖିବାକୁ ମିଳିଥିଲା। ଏହା ବହୁତ ଦୂର ଥିଲା ବୋଲି ପରିଷ୍କାର ଭାବେ ଦେଖିବାକୁ ମିଳିଥିଲା। ସୂର୍ଯ୍ୟ କିରଣରେ ଏହା ଗାୟବ ହୋଇଗଲା ପରି ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବ ଏହା ଲେବନାନରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଗାମୀ କିଛି ଦିନରେ ଏହାର ଚମକ କମ୍‌ ହୋଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.