ଦେଶରେ ଥମିବାର ନାଁ ନେଉନି କରୋନା, ଗତ ୨୪ ଘଣ୍ଟାରେ ୨୨୭୫୨ ଜଣ ଆକ୍ରାନ୍ତ ଚିହ୍ନଟ, ୪୮୨ ଜଣ ମୃତ

ଦେଶରେ ଦିନ କୁ ଦିନ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି ଜ୍ଝ ଗତ ୨୪ ଘଣ୍ଟା ଭିତରେ ୨୨୭୫୨ ଟି କୋଭିଡ ଜନିତ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪୨୪୧୭ ଛୁଇଁଛି । ଅନ୍ୟପକ୍ଷରେ ଦିନକ ଭିତରେ ୪୮୨ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୪୨ରେ ପହଂଚିଛି । କହିରଖିବା ଉଚିତ ହେବକି ଦେଶରେ ଲଗାତାର ଷଷ୍ଠ ଦିନ ପାଇଁ ୨୦ ହଜାର ପାର କରିଥିବା ନେଇ ରେକର୍ଡ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ବୁଧବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଦେଶରେ ଏଯାବତ ୪୫୬୮୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି ଯେବେକି ୨୬୪୯୪୪ ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଦେଶରେ ସୁସ୍ଥ ହେବା ୬୧.୫୩ ପ୍ରତିଶତ ରହିଛି ।

ଅନେକ ବିଦେଶୀ ନାଗରିକ ବି ଏହି ଆକ୍ରାନ୍ତ ସଂଖ୍ୟାରେ ସାମିଲ ଅଛନ୍ତି । ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଜୁଲାଇ ପର‌୍ୟ୍ୟନ୍ତ ଦେଶରେ ୧୦୪୭୩୭୭୧ ନମୁନା ଗୁଡିକର ଯାଞ୍ଚ ସାରିଲାଣି । ଗତ ୨୪ ଘଂଟାର ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରର ୨୨୪ ଥିବା ବେଳେ ଏହାପଛକୁ ତାମିଲନାଡୁର ୬୫ ଟି ମାମଲା, ଦିଲ୍ଲୀର ୫୦ ଟି ମାମଲା, ପାଶ୍ଚିମ ବଙ୍ଗର ୨୫ ଟି ମାମଲା, ଉତ୍ତରପ୍ରଦେଶର ୧୮ ଟି କେସ, ଗୁଜୁରାଟର ୧୭ ଟି କେସ, କର୍ଣ୍ଣାଟକର ୧୫ଜଣଙ୍କ ମୃତ୍ୟୁ ହୋଇଛି । ଏହାବାଦ ଅନ୍ୟାନ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

Leave A Reply

Your email address will not be published.