Below header

ଅଶୋଭନୀୟ ଆଚରଣ ପାଇଁ ସସପେଣ୍ଡ ହେଲେ ଓଡିଆ ଆଇପିଏସ୍‌ ବସନ୍ତ ରଥ,କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଆଇପିଏସ୍‌ ବସନ୍ତ ରଥ ସସପେଣ୍ଡ । ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତତ୍କାଳ ସସପେଣ୍ଡ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଶ୍ରୀନଗରରେ ପୋଲିସ ମୁଖ୍ୟାଳୟକୁ ସେ ରିପୋର୍ଟ କରିବେ । ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ହୋମ୍‌ ଗାର୍ଡ ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ଏହାସହ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜମ୍ମୁ କଶ୍ମୀର ପୋଲିସ ଡିଜିଙ୍କ ବିନା ଅନୁମତିରେ ବସନ୍ତ ରଥ ହେର୍ଟକ୍ୱାର୍ଟର୍ସ ଛାଡ଼ି ଯାଇ ପାରିବେ ନାହିଁ ।

ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଲେ ବରିଷ୍ଠ ଆଇପିଏସ୍‌ ଅଫିସର ବସନ୍ତ ରଥ । ସେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଟପ୍‌ କପ୍‌ ତାଙ୍କ ସୁରକ୍ଷା ତଥା ପ୍ରତିଷ୍ଠା ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି । ବସନ୍ତ ରଥ ଜମ୍ମୁର ଗାନ୍ଧୀନଗର ପୋଲିସ ଷ୍ଟେସନ୍‌ର ଷ୍ଟେସନ୍‌ ହାଉସ୍‌ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସେ ଏଫ୍‌ଆଇଆର ଦାଖଲ କରିବାକୁ କହିନାହାନ୍ତି । ଯଦି ତାଙ୍କ ସହ କିଛି ଅଘଟଣ ଘଟେ, ତେବେ ସେମାନେ ତାଙ୍କ ଅଭିଯୋଗର ନୋଟ୍‌ କରିବା ଉଚିତ୍‌ ବୋଲି କହିଛନ୍ତି । ଦିଲବାଗ ସିଂହଙ୍କ ବିରୋଧରେ ଅଭିଯୋଗ ଆଣି ସେ ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି । ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବର୍ତ୍ତମାନ ଜମ୍ମୁକଶ୍ମୀରରେ ହୋମ୍‌ ଗାର୍ଡ ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.